/odishatv-khabar/media/post_attachments/uploadimage/library/16_9/16_9_0/Migration_1728916142.jpg)
Migration
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠିତ । ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ଟାସ୍କଫୋର୍ସ ଗଠନ କଲେ ସରକାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ ହୋଇଛି ।
Advertisment
ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ରହିବେ । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ଟାସ୍କଫୋର୍ସ ସଦସ୍ୟ ରହିବେ । ଏହି ଟାସ୍କଫୋର୍ସ ଦାଦନ ସମସ୍ୟା ଦୂର କରିବାକୁ ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିର କରିବ ଏବଂ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ଗୁଡ଼ିକ ସୁପାରିଶ କରିବ ।
ଏହି ଟାସ୍କଫୋର୍ସ ପ୍ରତି ୬ ମାସରେ ଅନ୍ୟୁନ ଥରେ ବୈଠକ କରି ଦାଦନ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ଏବଂ ଆନୁସଙ୍ଗିକ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)