Vyasanagar Long-Standing Demands: ବନ୍ଦ କରିଥିଲା BJD, କାର୍ଯ୍ୟକାରୀ କଲା BJP; ପୂରଣ ହେଲା ୪୦ ବର୍ଷର ସ୍ୱପ୍ନ...

ସରକାର ପରିବର୍ତ୍ତନ ପରେ ବ୍ୟାସନଗରର ଦୀର୍ଘଦିନର ଦାବି ପୂରଣ ହୋଇଛି l ବ୍ୟାସନଗର ବାସୀଙ୍କ ପାଇଁ ପୂର୍ବ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଯେଉଁ କାର୍ଯ୍ୟକୁ ବନ୍ଦ ରଖିଥିଲେ ତା’କୁ କାର୍ଯ୍ୟକାରୀ କରିଛନ୍ତି ନୂଆ ସରକାର । 

Govt Addresses Vyasanagar's Long-standing Demands

ବଦଳିଲା ସରକାର...ପୂରଣ ହେଲା ୪୦ ବର୍ଷର ସ୍ୱପ୍ନ । ସରକାର ପରିବର୍ତ୍ତନ ପରେ ବ୍ୟାସନଗରର ଦୀର୍ଘଦିନର ଦାବି ପୂରଣ ହୋଇଛି l ଯାଜପୁର  ଜିଲ୍ଲା ବ୍ୟାସନଗର ବାସୀଙ୍କ ପାଇଁ ପୂର୍ବ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଯେଉଁ କାର୍ଯ୍ୟକୁ ବନ୍ଦ ରଖିଥିଲେ ତା’କୁ କାର୍ଯ୍ୟକାରୀ କରିଛନ୍ତି ନୂଆ ସରକାର । ରାଜ୍ୟରେ ବିଜେପି ସରକାର ଆସିବା ପରେ ବ୍ୟାସନଗର ବାସୀଙ୍କ ବହୁ ପ୍ରତୀକ୍ଷିତ ଗଳିପୋଲ ଓ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଆଉ ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହରବାସୀ l

ବ୍ୟାସନଗର ସହରର ମୁଖ୍ୟ ସମସ୍ୟା ଥିଲା ରେଳ ଫାଟକ l ଯେଉଁଥିପାଇଁ ଦୀର୍ଘ ସମୟ ଲୋକମାନଙ୍କୁ ଫାଟକ ନିକଟରେ ଅପେକ୍ଷା କରିବାକୁ ପଡୁଥିଲା l ରେଳ ଲାଇନର ଗୋଟିଏ ପଟେ ମେଡିକାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଷ୍ଟେଟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଓ ପରିବା ମାର୍କେଟ ରହିଥିବାବେଳେ ଅନ୍ୟପଟେ ତହସିଲ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ , ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଫିସ ଅଛି l ଯାହା ପାଇଁ ସବୁବେଳେ ସମସ୍ୟା ଭୋଗୁଥିଲେ ଲୋକମାନେ l 

ଅଧିକ ପଢ଼ନ୍ତୁ: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ

ଦିନକୁ ଦିନ ରେଳ ଚଳାଚଳ ବୃଦ୍ଧି ପାଇବା ହେତୁ ଦୀର୍ଘ ସମୟ ଧରି ରେଳ ଫାଟକ ବନ୍ଦ ରହୁଥିଲା ଓ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହୁଥିଲେ ଲୋକେ l ଯେଉଁଥିପାଇଁ ଲୋକମାନଙ୍କର ବିଭିନ୍ନ ସମସ୍ୟା ହେଉଥିଲା l ଯେଉଁ ସମସ୍ୟାର ସମାଧାନ କଲେ ସରକାର l ପୂର୍ବରୁ ଏହି ଗଳିପୋଲ ଓ ଓଭରବ୍ରିଜ଼ ପାଇଁ ସହରର ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦୀର୍ଘ ୪୦ ବର୍ଷ ହେବ ବାରମ୍ବାର ଦାବି ହୋଇ ଆସୁଥିଲା l ଯାହା ଆଜି ସଫଳ ହୋଇଛି ଓ ଦ୍ରୁତଗତିରେ କାମ ଆଗେଇ ଚାଲିଛି । 

ଯଥାଶୀଘ୍ର ଏହି କାର୍ଯ୍ୟ କିଭଳି ସୂଚାର ରୂପେ ସମ୍ପୂର୍ଣ୍ଣ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋରେଇ ବିଧାୟକ ଆକାଶ ଦାସ ନାୟକ ବିଭିନ୍ନ ସମୟରେ କାର୍ଯ୍ୟସ୍ଥଳକୁ ଯାଇ ତଦାରଖ କରୁଛନ୍ତି। ଗଳିପୋଲ ଓ ଓଭର ବ୍ରିଜ କାର୍ଯ୍ୟକ୍ଷମ ହେଲେ ସହରର ଏକ ବଡ ସମସ୍ୟାର ସମାଧାନ ହେବ l

ଅଧିକ ପଢ଼ନ୍ତୁ: ବଢ଼ିବ ଅଗ୍ନିଶମ ବାହିନୀର ଶକ୍ତି; ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍