Advertisment

Doctor Death: ଡାକ୍ତର ହେବାକୁ ଏମ୍‌ସ ଯାଇଥିଲା ନାତି, ତା’ ଶବ ଦେଖି ଫାଟି ଯାଉଛି ଜେଜେଙ୍କ ଛାତି

ଯାଦବେନ୍ଦ୍ରର ଜେଜେ ମା ମଧ୍ୟ ନାତିର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବାହୁନି ବାହୁନି କାନ୍ଦୁଛନ୍ତି। । କହୁଛନ୍ତି ସବୁ କିଛି ଚାଲିଗଲା। ମୋ ସଂସାର ପୁରା ଭାସିଗଲା। ସରକାରଙ୍କୁ ଅନୁରୋଧ ମୋ ନାତିକୁ ଯିଏ ହତ୍ୟା କଏଇଛି ତାକୁ ଉଚିତ ଶାସ୍ତି ମିଳୁ।

author-image
Prasan Subudhi
ଆରପାରିରେ ନାତି

ଆରପାରିରେ ନାତି

ମୃତ ଡାକ୍ତର ଯାଦବେନ୍ଦ୍ର ସାହୁଙ୍କ ଜେଜେବାପା ରତ୍ନାକର ସାହୁ କାନ୍ଦି କାନ୍ଦି ଅଥୟ। ଡାକ୍ତର ହୋଇ ଲୋକଙ୍କ ସେବା କରିବା ପାଇଁ ପାଠପଢିବାକୁ ଯାଇଥିଲା ମୋ ନାତି। ମୋ ନାତି ଗୋଲଡମେଡାଲିଷ୍ଟ। କାହିଁକି ସେ ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ରତ୍ନାକର । ମୋ ନାତିକୁ କିଏ ମାରିଦେଇଛି। ସେ କେବେ ଆତ୍ମହତ୍ୟା କରିବନି। ସେ ବହୁତ ଭଲ ପାଠ ପଢେ। ମୋ ଦୁଃଖିନୀ ବୋହୁର ଦୁଃଖ ଶୁଣ ସରକାର। କେତେ କଷ୍ଟରେ ମୋ ବୋହୁ ତାକୁ ପାଠ ପଢାଇଥିଲା।

Advertisment

ଡାକ୍ତର ପାଠ ପଢି ଯାଦବେନ୍ଦ୍ର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜରେ ଡାକ୍ତର ହୋଇଥିଲେ। । ବିହାର ପାଠ ପଢିବାକୁ ଯାଇଥିଲା। ପାଠ ପଢି ଡାକ୍ତର ହୋଇ ଫେରିବ ବୋଲି ସମସ୍ତଙ୍କ ଆଶା ଏବେ ନିରାଶା ପାଲଟିଛି। ହେଲେ କାହା ନଜର ମୋ ନାତି ଉପରେ ଲାଗିଗଲା।

ଢେଙ୍କାନାଳ ବୈଦକାଟେଣୀ ଗାଁର ଯାଦବେନ୍ଦ୍ର ସାହୁ। ପିଲାଟିଦିନୁ ବାପାଙ୍କୁ ହରାଇଥିଲେ ସେ। ବହୁ କଷ୍ଟରେ ପାଠ ପଢି ଡାକ୍ତର ହୋଇଥିଲେ । ପାଟନା ଏମସ୍ ରେ ଗାଇନିଂ ରେ ପିଜି କରୁଥିଲେ ଯାଦବେନ୍ଦ୍ର। ଜୁଲାଇ ୧୯ ତାରିଖ ଦିନ ସକାଳେ ଖବର ଆସି ପହଞ୍ଚିଲା ଯେ ଯାଦବେନ୍ଦ୍ର ରଶି ଲଗାଇ ତା ରୁମରେ ଜୀବନ ହାରିଦେଇଛି। ଖବର ପହଞ୍ଚିବା ଦିନ ଠାରୁ ପୁରା ଗାଁ ରେ ଶୋକର ଛାୟା ଖେଳିଯାଇଛି।

Advertisment

ଯାଦବେନ୍ଦ୍ରର ଜେଜେ ମା ମଧ୍ୟ ନାତିର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବାହୁନି ବାହୁନି କାନ୍ଦୁଛନ୍ତି। । କହୁଛନ୍ତି ସବୁ କିଛି ଚାଲିଗଲା। ମୋ ସଂସାର ପୁରା ଭାସିଗଲା। ସରକାରଙ୍କୁ ଅନୁରୋଧ ମୋ ନାତିକୁ ଯିଏ ହତ୍ୟା କରିଛି ତାକୁ ଉଚିତ ଶାସ୍ତି ମିଳୁ।

ଶୋକାକୂଳ ପରିବେଶ ଭିତରେ ଯାଦବେନ୍ଦ୍ରଙ୍କ ମରଶରୀର ବୈଦକାଟେଣୀ ଗାଁରେ ପହଞ୍ଚିଛି। ସମସ୍ତଙ୍କ ଆଖିରେ ଲୁହ। ମନରେ କୋହ। ସୁନା ପୁଅ ଯାଦବେନ୍ଦ୍ରର ଶେଷ ଯାତ୍ରାରେ ସାମିଲ ହୋଇ କହୁଛନ୍ତି ଆମ ଗାଁ ସୁନା ପୁଅ ଆଉ ଫେରିବନି।

Murder Suicide Bid Doctors Murder Allegation Post PG Doctors
Advertisment
Advertisment