Advertisment

ରତ୍ନଗର୍ଭା କେନ୍ଦୁଝର ମାଟିରେ ସୁନାର ସନ୍ଧାନ; ନମୁନା ସଂଗ୍ରହ କରୁଛି GSI

ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।

author-image
Sujit kumar Swain
undefined

Gold Exploration

ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଛି ସୁନାର ସନ୍ଧାନ। ତେଲକୋଇ ଓ ବାଂଶପାଳ ବ୍ଲକର କିଛି ସ୍ଥାନରେ ସୁନାର ସନ୍ଧାନ ନେଇ ସଂକେତ ମିଳିବା ପରେ, ସେଠାରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ ଜାରି ରହିଛି। ତେବେ କେମିତି ହୁଏ ସୁନାର ସନ୍ଧାନ, ସୁନାଖଣି ଜଙ୍ଗଲକୁ ଯାଇ ଏହି ପ୍ରକ୍ରିୟାକୁ କ୍ୟାମେରାରେ କଏଦ କରିଛି ଓଟିଭି ।

Advertisment

ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଜଳଡିହା ଗାଁ ନିକଟରେ ଥିବା ସୁନାଖଣି ଜଙ୍ଗଲର ୮୦ ଦଶକରେ ସୁନାର ସନ୍ଧାନ ମିଳିବା ପରେ, ଏଠାରେ ଆରମ୍ଭ ହୋଇଥିଲା ସୁନାର ସନ୍ଧାନ ପ୍ରକ୍ରିୟା । ସେତେବେଳେ ଶ୍ରମିକଙ୍କୁ ନିୟୋଜିତ କରି ଗାତ ଖୋଳାଯାଉଥିଲା ଓ ଭୂଗର୍ଭର ମାଟି-ପଥର ଆଦି ନମୁନା ସଂଗ୍ରହ କରି ତାକୁ ହେମାଦସ୍ତାରେ ଗୁଣ୍ଡ କରାଯାଉଥିଲା । ତେବେ ବର୍ତ୍ତମାନ ଏହି ଜଙ୍ଗଲରେ ୨ଟି ମେସିନ ସାହାଯ୍ୟରେ ଚାଲିଛି କୋର୍ ନମୂନା ସଂଗ୍ରହ ପ୍ରକ୍ରିୟା।

ଶତାଧିକ ଫୁଟ୍ ଗାତ ଖୋଳି ଯେଉଁ କୋର୍ ନମୁନା ସଂଗ୍ରହ କରାଯାଉଛି, ସେଥିରେ ସୁନା ଭଳି କିଛି ଗୁଣ୍ଡ ଦେଖିବାକୁ ମିଳୁଛି । ଯାହାକି ଏଠାରେ ସୁନାଖଣି ଥାଇପାରେ ବୋଲି ଆଶା ଉଜ୍ଜୀବିତ କରୁଛି । ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍ ସଲେଇକେନା, ମାଙ୍କଡ଼ଚୁଆ ଓ ଡିମିରିମୁଣ୍ଡାରେ ଓଡ଼ିଶା ଖଣି ନିଗମ ଦ୍ବାରା ହୋଇଥିବା  G-4 ସର୍ଭେରେ ସୁନାର ସନ୍ଧାନ ମିଳିଛି । 

Advertisment

ସେହିପରି ବାଂଶପାଳ ବ୍ଲକ୍ ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ସୁନାର ସନ୍ଧାନ ପାଇଁ ୨ ବର୍ଷ ତଳେ G-1 ସର୍ଭେ ହୋଇଥିଲା । ଆଉ ଏବେ ସେଠି ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ବା GSI ପକ୍ଷରୁ  G-2 ସ୍ତରର ସର୍ଭେ ଚାଲିଛି । ପ୍ରାୟ ୧୦ଟି ପଏଣ୍ଟରେ ଡ୍ରିଲିଂ କରି ସାଂପଲ୍ ସଂଗ୍ରହ ହୋଇଥିବା ବେଳେ, ଏଭଳି ୨୫ଟି ପଏଣ୍ଟରେ ଡ୍ରିଲିଂ ହେବ ବୋଲି ସୂଚନା ମିଳିଛି । ସଂଗୃହିତ କୋର୍ ନମୂନାକୁ କୋଲକାତା ପରୀକ୍ଷାଗାରକୁ ପଠାଯାଉଛି ସେଠାରେ କେତେ ପରିମାଣର ସୁନା ରହିଛି ଜାଣିବା ପାଇଁ ।

ଦୀର୍ଘ ୪୦ ବର୍ଷ ଧରି ସୁନାଖଣି ଜଙ୍ଗଲରେ ସୁନାର ସନ୍ଧାନ ଚାଲିଥିବା ବେଳେ, ଆଗକୁ ସେଠାରେ ନିଶ୍ଚିତ ରୂପେ ପର୍ଯ୍ୟାପ୍ତ ସୁନା ଗଚ୍ଛିତ ଥିବା ସ୍ପଷ୍ଟ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଖଣି ଖନନ ହେଲେ ସ୍ଥାନୀୟ ଅଞ୍ଚଳ ଏବଂ ସର୍ବୋପରି ନିଜ ଜିଲ୍ଲା ଓ ରାଜ୍ୟ ଉପକୃତ ହୋଇପାରିବ ବୋଲି ଜଳଡିଆ ବାସିନ୍ଦା କହିଛନ୍ତି ।

Gold
Advertisment
Advertisment