/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739857406.jpg)
ପୋଲିସ୍ ହେଲା ମଧ୍ୟସ୍ତି, ପ୍ରେମିକ ପ୍ରେମିକାଙ୍କ ପଡ଼ିଲା ହାତଗଣ୍ଠି
ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାର ଲାଠିକଟା ଥାନା ଅଞ୍ଚଳରେ । ପ୍ରେମିକାର ଅଭିଯୋଗ ପରେ ପୋଲିସ ପ୍ରେମିକକୁ ଥାନାରେ ଅଟକ ରଖି ବୁଝାସୁଝା କରି ବିବାହ କରାଇଛି । ଗାଁ ଲୋକ, ସରପଞ୍ଚ, ଉଭୟଙ୍କ ପରିବାର ଓ ପୋଲିସ ସହଯୋଗରେ ହାତରୁ ଦୁଇ ହାତ ହୋଇଛନ୍ତି ପ୍ରେମୀ ଯୁଗଳ l
ଅଧିକ ପଢ଼ନ୍ତୁ: ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଭୁବନେଶ୍ୱରରେ ପହଞ୍ଚିଲେ ପରିବାର ଲୋକେ
ଉଭୟ ପୁଅ-ଝିଅ ଗୋଟିଏ ସ୍ଥାନରେ କାମ କରୁଥିଲେ l କାମ କରିବା ସମୟରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ଦୁହିଁଙ୍କ ଭିତରେ । ତେଣୁ ପ୍ରେମିକର ଫୋନ୍ ପ୍ରେମିକ ଉଠାଇ ନଥିଲା l ଯାହା ଫଳରେ ପ୍ରେମିକା ବବିତା ଭୂମିଜ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପ୍ରେମିକ କୁସୁଲ ସିଂହଙ୍କୁ ଡାକି ଥାନାରେ ବୁଝାସୁଝା କରିଥିଲା l
ସମସ୍ତଙ୍କ ସହଯୋଗ ନେଇ ଲାଠିକଟା ଜଗନ୍ନାଥ ମନ୍ଦିରରେ ସେମାନଙ୍କ ବିବାହ କରାଇଛି l ପ୍ରେମିକ କୁସୁଲ ସିଂ ପୂର୍ବରୁ ବିବାହ କରିଥିଲେ । ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଇଥିବା ବେଳେ ତାଙ୍କର ୨ଟି ପିଲା ଅଛନ୍ତି । ତେବେ ଏନେଇ ପୋଲିସ ପ୍ରତିକ୍ରିୟା ରଖିନାହିଁ । ତେବେ ପୋଲିସର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)