Astrospeak
  • Live TV
  • Read In English

Gajapati Minor Girls Death: 'ଛତୁଆ ନୁହେଁ, ଅଟା ଓ ବେସନ ମିକ୍ସ ଖାଇଥିଲେ ଦୁଇ ଭଉଣୀ'

ଅଙ୍ଗନବାଡି ଛତୁଆ ଖାଇ ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା । ତେବେ ଛତୁଆ ନୁହେଁ, ବରଂ ଦୁଇ ଭଉଣୀ ଅଟା ଓ ବେସନ ମିକ୍ସ ଖାଇଥିଲେ ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ପଢନ୍ତୁ ପୁରା ଖବର

Two Sisters Death case
ଗଜପତି ଶିଶୁକନ୍ୟା ମୃତ୍ୟୁ ମାମଲା

ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍‌ । ଛତୁଆ ନୁହେଁ, ଅଟା ଓ ବେସନ ମିକ୍ସ ଖାଇଥିଲେ ଦୁଇ ଭଉଣୀ । ଦୁହେଁ ଛତୁଆ ଖାଇନଥିଲେ ବୋଲି ଆଜି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ । ତେବେ ଖାଦ୍ୟ କେମିତି ବିଷାକ୍ତ ହେଲା, କେଉଁଠୁ ଅଟା ଓ ବେସନ ମିକ୍ସ ଆସିଲା, ସେନେଇ ତଦନ୍ତ ଚାଲିଛି । ଟିମ୍ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଯାଞ୍ଚ କରୁଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ବର୍ତ୍ତମାନ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ମାମଲାରେ ତନାଘନା ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି । ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । କେଉଁଥିପାଇଁ ଖାଦ୍ୟ ବିଷାକ୍ତ ହେଲା ? ଅଟା ଓ ବେସନ କେଉଁଠୁ ଆସିଥିଲା ? ଏହି ଦିଗରେ ତଦନ୍ତ କରୁଛି ଟିମ୍ । ସେପଟେ ଦୁଇ ମୃତ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ହୋଇଛି ।

ଅଧିକ ପଢ଼ନ୍ତୁ: ଆସିଲା ସାଙ୍ଘାତିକ ଅଭିଯୋଗ; ଛତୁଆ ଖାଇବା ପରେ ଚାଲିଗଲା ୨ ଶିଶୁ କନ୍ୟାଙ୍କ ଜୀବନ

ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ଦୁଇ ଶିଶୁକନ୍ୟା ଛତୁଆ ନୁହେଁ ବରଂ ଅଟା ଓ ବେସନ ମିକ୍ସ ଖାଇଥିଲେ । ତେବେ ଦୁହିଁଙ୍କ ମୃତ୍ୟୁ ଖାଦ୍ୟ ପାଇଁ ହୋଇଛି ନା ଆଉ କିଛି କାରଣ ଅଛି, ତାହା ବର୍ତ୍ତମାନ କହିବା କଷ୍ଟ । କିନ୍ତୁ ବିଷକ୍ରିୟା ଯୋଗୁଁ ହିଁ ମୃତ୍ୟୁ ହୋଇଛି । ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ତଦନ୍ତ ପରେ ଘଟଣା ଜଣାପଡିବ ।

କହିରଖୁଛୁ କି, ଗଜପତି ଆର୍.ଉଦୟଗିରି ବ୍ଲକ ରାମଗିରି ଗାଁରେ ଗତକାଲି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିଲା । ଆଉ ଦୁଇ ଜଣ ଅସୁସ୍ଥ ହୋଇଥିଲେ । ତେବେ ଅଙ୍ଗନବାଡିରୁ ମିଳିଥିବା ଛତୁଆ ଖାଇବା ଯୋଗୁଁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ସାଂଘାତିକ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନରେ ଅର୍ଜୁନ ବଡ଼ମୁଣ୍ଡି ଓ ତାଙ୍କ ପରିବାର ଛତୁଆ ଖାଇଥିଲେ । ଏହାପରେ ୩ ବର୍ଷ ଓ ୬ ବର୍ଷର ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅର୍ଜୁନ ଓ ତାଙ୍କ ବଡ଼ ଝିଅ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । 

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା