/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752131135.jpg)
Fuel Crisis
ଟଳିଲା ତେଲ ସଙ୍କଟ ଆଶଙ୍କା । ରାଜ୍ୟର ପେଟ୍ରୋଲ୍ ପମ୍ପରେ ତେଲ ସରିଯିବା ନେଇ ଆଉ ଆଶଙ୍କା ନାହିଁ । ଏଣୁ ପେଟ୍ରୋଲ୍ ପମ୍ପରେ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ । କହିଛନ୍ତି, ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚିଛି, ଏଣୁ ପେଟ୍ରୋଲ୍ ପମ୍ପ୍ ରେ ତେଲ ସରିବା ଆଶଙ୍କା ନାହିଁ । ତେବେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ସଂଜୟ ଲାଠ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ଏଭଳି ସମସ୍ୟା ହୋଇଥିବା ସେ କହିଛନ୍ତି ।..
ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଟଳିଛି । ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ପରେ ବି ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ତେଲ ପକାଇବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ତେଲ ସଙ୍କଟ ଦେଖାଦେବା ଆଶଙ୍କାରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଆଜି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଡ୍ରାଇଭର ସଂଘ ଆନ୍ଦୋଳନ ଫଳରେ ତିନି ଦିନ ହେଲାଣି ଠପ୍ ଯାଇଛି ପରିବହନ ବ୍ୟବସ୍ଥା । ତେଣୁ ତେଲ ସରିଯ୍ଇବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ଲାଗିଛି ।
ସେପଟେ ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଗଡ଼ୁନି ବସ । ଫଳରେ ୩ ଦିନ ହେଲା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଗନ୍ତବ୍ୟସ୍ଥଳକୁ ଯାଇ ନପାରି ଅଟକି ରହିଛନ୍ତି ଯାତ୍ରୀ । କଟକ, ଭୁବନେଶ୍ବର ଭଳି ପ୍ରମୁଖ ସହରରେ ବସ ସେବା ଠପ ହୋଇଯାଇଥିବାରୁ ଦୂରଦୂରାନ୍ତକୁ ଯିବା ପାଇଁ ଅସୁବିଧାରେ ପଡ଼ୁଛନ୍ତି ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)