Advertisment

Road Accident Increase: ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା

ରାଜ୍ୟରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ସହ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ଅଧିକ ଦୁର୍ଘଟଣା ଘଟୁଛି । ସଡ଼କ ଦୁର୍ଘଟଣାର କାରଣ ଖୋଜିବା ସହ କିଭଳି ଏହାକୁ ହ୍ରାସ କରାଯିବ, ସେନେଇ ପଦକ୍ଷେପ ସୁପାରିସ କରିବାକୁ ଆଇଆଇଟି ଚେନ୍ନାଇକୁ ଦାୟିତ୍ବ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଅଦ୍ୟତନ ହୋଇଛି
undefined

Road Accident In Odisha

Advertisment

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜଣଙ୍କ ଜୀବନ । ପ୍ରତିଦିନ ଘଟୁଛି ୩୧ଟି ସଡ଼କ ଦୁର୍ଘଟଣା । ଆଉ ଆହତ ହେଉଛନ୍ତି ହାରାହାରି ୨୭ ଜଣ । ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତରରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ ।

Advertisment

ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା । ଦିନକୁ ଦିନ ବଢ଼ିଚାଲିଛି ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା । ପ୍ରତି ୪ ଘଣ୍ଟାରେ ରାଜ୍ୟରେ ଘଟୁଛି ହାରାହାରି ୫ ସଡ଼କ ଦୁର୍ଘଟଣା । ଏହି କାରଣରୁ ପ୍ରତି ଘଣ୍ଟାରେ ପ୍ରାୟ ଜଣେ ଲେଖାଏଁ ଆହତ ହେଉଛନ୍ତି । ଆଉ ପ୍ରତି ୫ ଘଣ୍ଟାରେ ଚାଲିଯାଉଛି ହାରାହାରି ୩ ଜୀବନ ।

ସଡ଼କ ଦୁର୍ଘଟଣା ନେଇ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ଲିଖିତ ଉତ୍ତର ବିଶ୍ଳେଷଣରୁ ମିଳିଛି ଏମିତି ଉଦ୍‌ବେଗଜନକ ତଥ୍ୟ । ଗତ ୫ ବର୍ଷ ହେଲା, ରାଜ୍ୟରେ ବାର୍ଷିକ ହାରାହାରି ୧୧ ହଜାର ୩୬୬ଟି ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ବର୍ଷକୁ ପ୍ରାୟ ୧୦ ହଜାର ୮ ଜଣ ଆହତ ହେଉଛନ୍ତି । ଆଉ ପ୍ରାଣ ହରାଉଛନ୍ତି ହାରାହାରି ୫ ହଜାର ୪୩୩ ଜଣ ।

Advertisment

ଅଧିକ ପଢ଼ନ୍ତୁ: ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କଲେ ଅଶୋକ ପଣ୍ଡା, କହିଲେ...

ସଡ଼କ ଦୁର୍ଘଟଣାର କାରଣ ନେଇ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ସହ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ଅଧିକ ଦୁର୍ଘଟଣା ଘଟୁଛି । ତେବେ ସଡ଼କ ଦୁର୍ଘଟଣାର କାରଣ ଖୋଜିବା ସହ କିଭଳି ଏହାକୁ ହ୍ରାସ କରାଯିବ ସେନେଇ ପଦକ୍ଷେପ ସୁପାରିସ କରିବାକୁ ଆଇଆଇଟି ଚେନ୍ନାଇକୁ ଦାୟିତ୍ବ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଅମାନିଆ ଗାଡ଼ି ଚାଳକଙ୍କୁ ରୋକିବା ଲାଗି ଇଣ୍ଟିଗ୍ରେଟେଡ୍ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS ପ୍ରଚଳନ କରାଯାଉଛି ।

Advertisment

ଏପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ଅଭିଯୋଗ, ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଏବେ କେବଳ ଲୋକସେବା ଭବନର କନଫରେନ୍ସିଂ ହଲ୍ , ଜିଲ୍ଲାପାଳ ଓ ଏସପିଙ୍କ ବୈଠକରେ ହିଁ ସୀମିତ ରହିଛି । ଏହାଦ୍ବାରା କୋଟି କୋଟି ଟଙ୍କାର ସଡ଼କ ସୁରକ୍ଷା ପାଣ୍ଠି ଅପଚୟ କରାଯାଉଛି । ହେଲେ ବାସ୍ତବରେ ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେଉନି । ଏଥିପାଇଁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାର ଆବଶ୍ୟକ ରହିଛି ।

ଅଧିକ ପଢ଼ନ୍ତୁ: ହୋଲି ରଙ୍ଗରେ ଲାଗିଲା ରକ୍ତର ଛିଟା,ସରକାରଙ୍କୁ ଘେରିଲେ ବିରୋଧି

Odisha Odisha Government Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ