୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା, ଭୁଲରେ ବାଜିଥିଲା ଟ୍ରାଙ୍କୁଲାଇଜ୍‌ ଇଞ୍ଜେକସନ୍‌

ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

Forester

କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟର ଦୀପକ ସାହୁ ଗୁରୁତର ଘଟଣା । କଟକ ଏସସିବିରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଚେତା ଫେରିଥିବା ଜଣାପଡ଼ିଛି । ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ସେଣ୍ଟ୍ରାଲ ICUରେ ଫରେଷ୍ଟର ଦୀପକ ସାହୁଙ୍କୁ ଚିକିତ୍ସା କରାଯାଉଥିଲା । ତାଙ୍କୁ ଅବଜରଭେସନରେ ରଖାଯିବା ପରେ ଏବେ ତାଙ୍କର ଚେତା ଫେରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଫରେଷ୍ଟରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ଏସସିବି ଡାକ୍ତର ।

ଅଧିକ ପଢ଼ନ୍ତୁ: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡ଼ି ! ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ଏପଟେ ଅସବାଧାନତା ପାଇଁ କାହିଁକି ଅଘଟଣ ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସୂଚନା ଅନୁସାରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରୁବେଳେ ନିକଟରେ ଥିବା ଫରେଷ୍ଟରଙ୍କ ଦେହରେ ବାଜିଥିଲା ଟ୍ରାଙ୍କୁଲାଇଜ ଇଞ୍ଜେକସନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ଘଟିଥିଲା ଏହି ଅଘଟଣ । ତେବେ ଏଥିରେ ଗୁରୁତର ବିରାଶାଳ ଫରେଷ୍ଟର ଦୀପକ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏହି ରେଞ୍ଜର କଙ୍କଡାହାଡ ଫରେଷ୍ଟ ସେକ୍ସନରେ ଉତ୍ପାତ କରୁଥିବା ଏକ ଭାଲୁକୁ କାବୁ କରିବା ଲାଗି ଯୋଜନା କରିଥିଲା ବନ ବିଭାଗ । ଏଥିପାଇଁ କେରଜୋଳିଠାରେ ଭାଲକୁ ଟ୍ରାଙ୍କୁଲାଇଜ୍ କରିବା ଲାଗି ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ । ତେବେ ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ଭୁଲରେ ଭାଲୁ ବଦଳରେ ଫରେଷ୍ଟରଙ୍କ ଦେହରେ ବାଜିଥିଲା ।

ଅଧିକ ପଢ଼ନ୍ତୁ: ‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’