/odishatv-khabar/media/post_attachments/uploadimage/library/16_9/16_9_0/Srimandir_1711806147.jpg)
Srimandir
ଶ୍ରୀମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଜଣେ ନିଶାଡ଼ି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଥୋମାସ କ୍ରେଜ ସେଲଡନ ନାମକ ଜଣେ ବ୍ରିଟିସ୍ ପର୍ଯ୍ୟଟକ ବେଳାଭୂମି ନିକଟରେ ନିଶା ସେବନ କରୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଥୋମାସଙ୍କୁ ସମୁଦ୍ରକୁଳ ଥାନା ଉଦ୍ଧାର କରିଥିଲା । ପୁରୀର ଏକ ଆଶ୍ରମରେ ରହୁଥିବା ଥୋମାସଙ୍କ ପରିବାର ଥାନାରେ ଅଣ୍ଡରଟେକିଂ ଲେଖି ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଥୋମାସ ଶ୍ରୀ ମନ୍ଦିର ଭିତରେ ପଶିବାକୁ ଉଦ୍ୟମ କରୁଥିଲେ । ବେହରଣ ଦ୍ୱାର ନିକଟରେ ସୁରକ୍ଷାକର୍ମୀଙ୍କ ସହ ସେ ବଚସା କରିବା ସହ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ପୋଲିସର ଘଟଣାର ତଦନ୍ତ କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)