/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711188182.jpg)
Foreign tourist allegedly enters Srimandir
ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି। ଶ୍ରୀମନ୍ଦିର ଭିତରକୁ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ଅଭିଯୋଗ। ଅଣହିନ୍ଦୁ ମହିଳା ବିଦେଶୀ ପର୍ଯ୍ୟଟକ ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି।
ମହିଳା ବିଦେଶୀ ପର୍ଯ୍ୟଟକ ଜଣକ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡିଛି। ତେବେ ସେ ଶ୍ରୀମନ୍ଦିର ଭିତରକୁ କାହିଁକି ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିଲେ।ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। କିଛି ଦିନ ତଳେ କିଛି ବାଂଲାଦେଶୀ ଅଣହିନ୍ଦୁ ବି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
ବିଭିନ୍ନ ସମୟରେ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି। ଅନେକ ଥର ଶ୍ରୀମନ୍ଦିର ଭିତରର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କିଛିଦିନ ତଳେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତର ବେଢ଼ା, ଆନନ୍ଦ ବଜାରର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିଲା। ତେବେ ପରେ ଏହାକୁ ଭାଇରାଲ୍ କରିଥିବା ବ୍ୟକ୍ତି ଡିଲିଟ୍ କରିଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)