Advertisment

‘ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ’

ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Potatoes

Potatoes

ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ । ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। 

Advertisment

ମୁଖ୍ୟମନ୍ତ୍ରୀ ନୀତିଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। କିନ୍ତୁ ସମାଧାନ ହେଲାନାହିଁ । ତେଣୁ ଆଜି ସଚିବାଳୟରେ ବ୍ୟବସାୟୀ ମହାସଂଘ ସହ ବୈଠକ ହୋଇଥିଲା । ସେଥିରେ ପଶ୍ଚିମବଙ୍ଗରୁ ଆଉ ଆଳୁ ନଆଣିବାକୁ ନିଷ୍ପତ୍ତି ହୋଇଛି। 

ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି, ପ୍ରଥମ ପର୍ଯ୍ୟାୟରେ ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆଣିବା କମାଇ ଦିଆଯିବ।ଏହାପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ୟୁପିରୁ ରୁ ୨୦ ଟ୍ରକ ଆଳୁ ଆଣିବା ପାଇଁ ଅନୁମତି ମିଳିଛି। ଯେଉଁ ଆଳୁ ଆସିବ ତାହା ଦର ୩୦ ଟଙ୍କା ଭିତରେ ରହିବ। ଏହା ପରେ ପରେ ପିଆଜ, ଅଦା ଓ ରସୁଣ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତିମନ୍ତ୍ରୀ। 

Advertisment

ପଶ୍ଚିମବଙ୍ଗରୁ ଆଳୁ ଆସିବା ସମୟରେ ସୀମାରେ ଗାଡି ରୋକି ଜବରଦସ୍ତ ୩୦-୪୦ ହଜାର ଟଙ୍କା ମାଗୁଛନ୍ତି। ନଦେଲେ ମାଡ଼ ମାରୁଛନ୍ତି । ଟିଏମସି ଗୁଣ୍ଡାମାନେ ହଇରାଣ କରୁଥିବା କରୁଛନ୍ତି, ଯେଉଁଥିରେ ପୋଲିସ ବି ସାମିଲ ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ। ତେବେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Union Food Minister Soaring Potato Price
Advertisment
Advertisment