Advertisment

FM Victim’s Father Warned ICC: FM କଲେଜ ଘଟଣା: ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି

ଜୁଲାଇ ୭ରେ ଏଫଏମ କଲେଜ ଆଇସିସି କମିଟି ଅଧ୍ୟକ୍ଷଙ୍କୁ ଚିଠିରେ ସମସ୍ତ କଥା ଲେଖିଥିଲେ ପୀଡିତାଙ୍କ ବାପା ।

author-image
Sujit kumar Swain
ଅଦ୍ୟତନ ହୋଇଛି
FM Victim’s Father Warned ICC

FM Victim’s Father Warned ICC

ଝିଅ ଆଗକୁ କିଛି ବଡଧରଣର ଭୁଲ କରି ବସିବ ଏକଥା ଆଗରୁ ଆଭାସ ପାଇଥିଲେ ଏଫଏମ ପୀଡିତାଙ୍କ ବାପା। ଖାସ ଏଇଥି ପାଇଁ ବୋଧହୁଏ କଲେଜ ଆଇସିସିକୁ ଏକ ଆବେଗଭରା ଚିଠି ଲେଖିଥିଲେ ଆଉ ପୂରା ଘଟଣା ଜଣାଇବା ସହିତ କଲେଜର ସହଯୋଗ ଲୋଡିଥିଲେ। ଜୁଲାଇ ୭ରେ ଏଫଏମ କଲେଜ ଆଇସିସି କମିଟି ଅଧ୍ୟକ୍ଷଙ୍କୁ ଚିଠିରେ ସମସ୍ତ କଥା ଲେଖିଥିଲେ ପୀଡିତାଙ୍କ ବାପା ।

Advertisment

ପ୍ରଥମେ ଝିଅକୁ ସମୀର ସାର ନିର୍ଯ୍ୟାତନା ଦେଉଥିବା ସମ୍ପର୍କରେ ଆଇସିସି କମିଟିକୁ ଏହି ଚିଠି ଜରିଆରେ ଅବଗତ କରିଥିଲେ ବାପା। ଏଥିସହ ସତର୍କ କରାଇବା ସହିତ ଝିଅ କିଛି ବି କରିପାରେ ବୋଲି ଲେଖିଥିଲେ। କଲେଜରେ ଏତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବା ବେଳେ ସମୀର ସାରଙ୍କ ନାଁରେ କାହିଁକି ଅଭିଯୋଗ ବୋଲି ପ୍ରଶ୍ନ କରିବା ସହିତ କମିଟି ଅଧ୍ୟକ୍ଷଙ୍କୁ କହିଥିଲେ, ମାଡାମ ପିଲାଙ୍କୁ ତାଗିଦ କରାଯାଉ ମାତ୍ର ତାଗିଦର ମାତ୍ରା ଏତେ ହେବା ଉଚିତ ନୁହେଁ ଯେଉଁଥିରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବ। ଝିଅ ବହୁତ କଷ୍ଟ ସହିଷ୍ଣୁ। ଏତେ ସହଜରେ ଧର୍ଯ୍ୟ ହରା ହୁଏନି। ହେଲେ ଏ ଘଟଣା ତାର ସହନଶୀଳତାକୁ ଟପି ଯାଇଛି। ପିଲା ବଡ ହେଲେଣି ତାଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ଧ୍ୟାନ ଦେବାକୁ କହିଥିଲେ।

ଆହୁରି ଲେଖିଥିଲେ ଯେ, ମାନସିକ ନିର୍ଯ୍ୟାତନା ପରେ ଝିଅ...ନିରାପଦରେ ସ୍କୁଲ ଆସିପାରିବ ମୁଁ ସନ୍ଦିହୀନ ବୋଲି କହିଥିଲେ। କଲେଜ ପରିସରରେ ନିରାପତ୍ତା ସହ ସାମାଜିକ ନିରାପତ୍ତା ନମିଳିଲେ ହୁଏତ ତାର ପାଠପଢା ବନ୍ଦ ହୋଇଯାଇପାରେ ବୋଲି କହିଥିଲେ। ଏବେ ମୋ ମନରେ ପ୍ରଶ୍ନ ଉଠୁଛି ସାରଙ୍କ ପ୍ରତି ମୋ ଝିଅର ଏହି ଅଭିଯୋଗ ପରେ ହୁଏତ ତାର ଶିକ୍ଷାଗ୍ରହଣ ଓ ପରୀକ୍ଷାରେ କିଛି ବ୍ୟାଘାତ ଘଟିବ ନାହିଁ ତ ? ଏମିତି କିଛି ଲେଖି ସେ କଲେଜର ଆଇସିସି କମିଟିକୁ ସବିଶେଷ ଜଣାଇଥିଲେ...

Advertisment

ଏପଟେ ବାଲେଶ୍ବର FM କଲେଜରେ ଦ୍ୱିତୀୟ ଦିନରେ UGC ଟିମର ଖୋଳତାଡ଼। କଲେଜ୍ କ୍ୟାମ୍ପସରେ UGC ଅଧ୍ୟକ୍ଷ ରାଜ କୁମାର୍ ମିତ୍ତଲଙ୍କ ସହ ପୁରା ଟିମ୍ ପହଞ୍ଚି ପଚରାଉଚରା କରୁଛି। କଲେଜ୍ ଅଧ୍ୟକ୍ଷଙ୍କ ସହିତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତଥ୍ୟ ହାସଲ ପରେ ଦିଲ୍ଲୀ ଫେରିଯିବ ଟିମ୍। ପୀଡ଼ିତାଙ୍କ ଘରକୁ ମଧ୍ୟ ଯାଇ ତଥ୍ୟ ନେବ UGC ଟିମ୍। ଏନେଇ ସୂଚନା ଦେଇଛନ୍ତି UGC ଅଧ୍ୟକ୍ଷ ପ୍ରଫେସର୍ ରାଜ କୁମାର୍ ମିତ୍ତଲ।

Balasore fm-college-news
Advertisment
Advertisment