Advertisment

FM College Tragedy: ପୀଡ଼ିତାଙ୍କୁ ଆତ୍ମାହୁତି ପାଇଁ କିଏ ମତେଇଥିଲେ ? ସହପାଠୀଙ୍କଠୁ ରୁମମେଟ୍ କାହାଠୁ ମିଳୁନି କ୍ଲୁ....

ନିଜେ ଚରମ ନିଷ୍ପତ୍ତି ନେଇଥିଲେ ? ନା କିଏ ମତେଇଥିଲେ ? ସାଢ଼େ ୧୧ଟାରେ ପ୍ରିନସିପାଲଙ୍କୁ ଚାମ୍ବରରେ ସାକ୍ଷାତ । ମଧ୍ୟାହ୍ନ ସାଢ଼େ ୧୨ଟା ଆତ୍ମାହୂତି । ତାହାଲେ କଣ ଏମିତି ଘଟିଥିଲା, ସେଇ ମଝି ଘଣ୍ଟାକରେ ?

author-image
Sujit kumar Swain
FM College Incident

FM College Incident

ଚରମ ନିଷ୍ପତ୍ତିର ଶେଷ ଘଣ୍ଟାକ ପଛରେ କି ରହସ୍ୟ। ଏଫଏମ୍ ପୀଡ଼ିତାଙ୍କୁ ଆତ୍ମାହୁତି ପାଇଁ କିଏ ମତେଇଥିଲେ ନା ? ନିଜେ ନିଜେ ନେଇ ଯାଇଥିଲେ ଚରମ ନିଷ୍ପତ୍ତି ? ସହପାଠୀଙ୍କଠୁ ରୁମମେଟ୍ କାହାଠୁ କ୍ଲୁ ମିଳୁନଥିବାବେଳେ, ଏଣେ ଆଜି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ସେ କେବଳ ସେଦିନ ନିଆଁ ଲିଭାଇଛନ୍ତି। ଦିନ ସାଢ଼େ ୧୧ରୁ ସାଢ଼େ ୧୨ ଭିତରେ ବାକି କଣ ଘଟିଥିଲା କିଛି ଜାଣନ୍ତିନି। ତେବେ ଘଟଣାଦିନ ଗିରଫ କଲେଜ ପ୍ରିନସିପାଲ ଦେଇଥିବା ବୟାନ ଓ ତାପରେ ବାଲେଶ୍ବର ସାଂସଦଙ୍କ ସଂଗୀନ ଆରୋପ ସାଙ୍ଗକୁ ସିସିଟିଭି ଫୁଟେଜ୍ କିନ୍ତୁ ବଖାଣୁଛି ଅନେକ ରହସ୍ୟପୂର୍ଣ୍ଣ ତଥ୍ୟ। 

Advertisment

ନିଜେ ଚରମ ନିଷ୍ପତ୍ତି ନେଇଥିଲେ ? ନା କିଏ ମତେଇଥିଲେ ? ସାଢ଼େ ୧୧ଟାରେ ପ୍ରିନସିପାଲଙ୍କୁ ଚାମ୍ବରରେ ସାକ୍ଷାତ । ମଧ୍ୟାହ୍ନ ସାଢ଼େ ୧୨ଟା ଆତ୍ମାହୂତି । ତାହାଲେ କଣ ଏମିତି ଘଟିଥିଲା, ସେଇ ମଝି ଘଣ୍ଟାକରେ ? ପ୍ରତ୍ୟକ୍ଷଦର୍ଶୀ, ସହପାଠୀ କି ରୁମ୍ ମେଣ୍ଟ, କାହାଠୁ ମିଳୁଳି ସପ୍ତାହେ ପରେ ବି ସତ ସଙ୍କେତ । ଏଣେ ଯଦି ମୃତା ଛାତ୍ରୀଙ୍କ ରୁମମେଟ୍ ଙ୍କ ଗତକାଲିର ବୟାନକୁ ବିଚାରକୁ ନିଆଯାଏ, ତାହାଲେ ଏକଥା ସ୍ପଷ୍ଟ ଯେ, ପୀଡ଼ିତା ଟେନସନରେ ଥିଲେ। ହେଲେ ଆତ୍ମଦାହ ଭଳି ଏତେବଡ଼ ନିଷ୍ପତ୍ତି ନେବେ ସେ ଆଭାସ ମିଳିନଥିଲା। କାରଣ ଘଟଣା ଦିନ କଲେଜ ଯିବା ଆଗରୁ ରୁମ୍ କୁ ଖାଇବା ଯୋଗାଉଥିବା ବ୍ୟକ୍ତିଙ୍କୁ ସେ କହିଯାଇଥିଲେ କଲେଜରୁ ଫେରିଲେ ନିଜେ ଖାଇବା ନେଇଯିବେ।

ତେଣୁ ଏଫଏମ୍ କଲେଜରେ ଗତ ଶନିବାରର ଛାତିଥରା ଘଟଣା ପଛରେ ପ୍ରି-ପ୍ଲାନ୍ କିମ୍ବା ଷଡ଼ଯନ୍ତ୍ର ଥିଓରୀ ବାରମ୍ବାର ଉଙ୍କି ମାରୁଛି ଏକମାତ୍ର ସିସିଟିଭି ଫୁଟେଜ୍ ଯାହା ଦର୍ଶାଉଛି- ଛାତ୍ରୀ ଜଣକ ଜଳି ଯାଉଥିବାବେଳେ ସେଠି ଉପସ୍ଥିତ ଥିବା ଦୁଇଜଣ ଝିଅ ଡରି ପଳାଇଥିଲେ ଜଣେ ଛାତ୍ର ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ, ଛାତ୍ରୀ ଜଣକୁ ଜଳି ଯାଉଥିବା ଦେଖି ହଠାତ୍ ଦୌଡ଼ି ଆସିଥିଲେ ହେଲେ ପ୍ରିନସିପାଲଙ୍କ ରୁମ୍ ରୁ କିଛି କର୍ମଚାରୀ ଜଳନ୍ତା ଛାତ୍ରୀଙ୍କୁ ଦେଖୁଥିଲେ ବି ନିଆଁ ଲିଭାଇବାକୁ ସାମାନ୍ୟତମ ଚେଷ୍ଟା କରିନଥିଲ
ଏଣେ ଏସବୁ ଭିତରେ ଆଜି ସାମ୍ନାକୁ ଆସିଛନ୍ତି- ମୃତା ଛାତ୍ରୀଙ୍କ ସହପାଠୀ ଜୀତମ ଦାସ। କହିଛନ୍ତି-ସେଦିନ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଶବ୍ଧ ଶୁଣି ଧାଇଁ ଆସିଥିଲେ, ପୀଡ଼ିତା ଜଳୁଥିବା ଦେଖି ନିଜ ସାର୍ଟ ଚିରି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ପୂର୍ବ ଘଣ୍ଟାକରେ କଣ ଘଟିଥିଲା ସେ ଜାଣନ୍ତିନି।

Advertisment

ଏଠି ପ୍ରଶ୍ନ- ପ୍ରିନସିପାଲଙ୍କୁ ସାକ୍ଷାତ ସମୟରେ ତାହାଲେ କଣ ଏମିତି ଘଟିଲା ? ଯାହା ତାଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିଦେଲା। ଘଟଣାଦିନ ଅଧ୍ୟକ୍ଷ ରଖିଥିବା ପ୍ରତିକ୍ରିୟାକୁ ଯଦି ତର୍ଜମା କରାଯାଏ, ତାହାଲେ ସେ ମାନିଥିଲେ ପୀଡ଼ିତା ତାଙ୍କ ଚାମ୍ବରକୁ ଆସିଥିଲେ ଓ ସମୀର ସାର୍ ଙ୍କୁ ଖୋଜିଥିଲେ। ସେତେବେଳେ ସେ କହିଥିଲେ- ଆଇସିସି ରିପୋର୍ଟରେ ସେକ୍ସୁଆଲ୍ ହାରାସମେଣ୍ଟ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ତେଣୁ ଏଭଳି ମିଥ୍ୟା ଅଭିଯୋଗ କଲେଜକୁ ବଦନାମ କରିବ। ହୁଏତ ସେଇ କଥା ପୀଡ଼ିତାଙ୍କୁ ଖୁବ୍ ବାଧିଥିବ। ହେଲେ ପ୍ରିନସିପାଲ ଯେ କେବଳ ଏତିକି କହିଥିଲେ ତା ନୁହେଁ, ତାଠୁ ଆହୁରି କଡ଼ା ବାକ୍ୟ କହିଥିବା ଅଭିଯୋଗ ଆଣିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ।

ଜୁଲାଇ ୨ରୁ ୧୧ ଯାଏଁ, ସବୁ ସ୍ବାଭାବିକ ଥିଲା। ହେଲେ ୧୨ ତାରିଖରେ ହଠାତ୍ କଣ ଘଟିଲା ? ଯାହା ସାରା ରାଜ୍ୟକୁ ଦୋହଲାଇ ଦେଲା। ଯେହେତୁ ସେଇ ମଝିରେ ପୀଡ଼ିତାଙ୍କୁ ପରୀକ୍ଷାରେ ବସିବାକୁ ଏଚଓଡି ଅନୁମତି ଦେଇନଥିଲେ- ସେ କ୍ଷୋଭ ? ନା ୧ ତାରିଖରେ ସମୀର ସାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗକୁ ମିଥ୍ୟା ଦର୍ଶାଇ ୭୧ ଛାତ୍ରଛାତ୍ରୀ ପ୍ରିନସିପାଲଙ୍କୁ ତଦନ୍ତ ପାଇଁ ଆପ୍ଲିକେସନ ଦେବା ଘଟଣା ତାଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିଦେଲାା। ଏସବୁର ଅସମାହିତ ପ୍ରଶ୍ନ ଭିତରେ ଏଣେ ପୀଡ଼ିତାଙ୍କୁ ଆତ୍ମାହୂତି ପାଇଁ କିଏ ମତେଇଥିଲା ସେ ଦିଗକୁ ନେଇ ବି ଉଙ୍କି ମାରିଛି ନାନା ସନ୍ଦେହ।

ଅଧିକ ପଢନ୍ତୁ: ରେଭେନ୍ସାରେ ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ...

fm-college-news
Advertisment
Advertisment