Advertisment

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ହେକ୍ଟର ହେକ୍ଟର ଚାଷ ଜମି ବାଲିଚର

ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୫ ଲକ୍ଷ ୮୭ ହଜାର କ୍ୟୁସେକ୍ ବନ୍ୟା ପାଣି ପାସ କରୁଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mahanadi Flood Water Enters Banki

Mahanadi Water

ମହାନଦୀ ଜଳସ୍ତର ବୃଦ୍ଧି ପରେ ନଦୀ ଅବବାହିକାର ତଳିଆ ଅଞ୍ଚଳରେ ପଶିଲାଣି ପାଣି । କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ-ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୨ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଉତ୍ତରବାଙ୍କୀ ଘୋଡ଼ାବରଠାରେ ହୁଳୁହୁଳି ପୋଲ ଦେଇ ମହାନଦୀ ବନ୍ୟା ଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ବୁଡିଲା ରାସ୍ତାଘାଟ, ଭାସିଗଲା ଚାଷବାସ; ପ୍ରବଳ ବର୍ଷାକୁ ଦେଖି ୨୩ ଜିଲ୍ଲାକୁ ଆଲର୍ଟ...

ଗତକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୫ ଲକ୍ଷ ୮୭ ହଜାର କ୍ୟୁସେକ୍ ବନ୍ୟା ପାଣି ପାସ କରୁଥିଲା। ଲଗାଣ ବର୍ଷା ଓ ହୀରାକୁଦରୁ ଗେଟ୍ ଖୋଲିଲା ପରେ ଉଛୁଳିଛି ମହାନଦୀ। ବାଙ୍କୀ ମୁଖ୍ୟ ରାସ୍ତାରେ ବନ୍ୟା ଜଳ। ତାଳବସ୍ତ-ବିଲିପଡ଼ା ମୁଖ୍ୟ ରାସ୍ତାରେ ୨ ଫୁଟ୍ ପାଣି ପ୍ରବାହିତ ହେଉଛି। ମହାନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଉଛୁଳିଛି ମହାନଦୀର ଶାଖା ନଦୀ ଋଣ। ଫଳରେ ତାଳବସ୍ତ ଓ ବିଲିପଡା ରାସ୍ତାରେ ପାଣି ପ୍ରବାହିତ ହେଉଛି। 

Advertisment

ପାଣି ଭିତରେ ପଶି ଯାଆସ କରୁଛନ୍ତି ଲୋକ। ମହାନଦୀର ଜଳସ୍ତର ବଢୁଥିବାରୁ ଆଗକୁ ଅଧିକ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ରହିଛି। 

ସେପଟେ ପ୍ରବଳ ବର୍ଷାରେ ଭାଙ୍ଗିଲା ପୋଲ। ଶହ ଶହ ହେକ୍ଟର ଜମିରେ ମାଡିଗଲା ପାଣି। ଲଘୁଚାପ ଜନିତ ବର୍ଷାରେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ଚାଷ ପ୍ରଭାବିତ ହୋଇଛି। ଜଳମଗ୍ନ ହୋଇଛି ହେକ୍ଟର ହେକ୍ଟର ଧାନ କ୍ଷେତ। ୭୦ ଭାଗରୁ ଜମିରେ ଧୋଇଯାଇଛି ଧାନ ତଳି। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି। ଅବିଶ୍ରାନ୍ତ ବର୍ଷାରେ କେନ୍ଦୁପଲ୍ଲି-ବଘେଇ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ନିର୍ମାଣ ରାସ୍ତାର ପୋଲ ଭୁଶୁଡ଼ି ଯାଇଛି। ପାଣି ମାଡ଼ି ବାଲିଚର ହୋଇଛି ଶହ ଶହ ହେକ୍ଟର ଜମି। ପାଣି ଛାଡ଼ିବା ପରେ ରାଜସ୍ୱ ଓ କୃଷି ବିଭାଗ ଅଧିକାରୀ ଗ୍ରାଉଣ୍ଡରେ ଫସଲ ହାନୀ କ୍ଷୟକ୍ଷତିର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ। 

Mahanadi Flood Water
Advertisment
Advertisment