Advertisment

ପୁରୀ ଫିସ୍ ଲ୍ୟାଣ୍ଡି ସେଣ୍ଟରରେ କେଁ; ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ?

ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ?  ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ...

author-image
Sujit kumar Swain
 Fish Landing Center

Fish Landing Center

ପୁରୀ ବେଳାଭୂମିର ମଧ୍ୟ ଭାଗ ସ୍ବର୍ଗଦ୍ବାର ନିକଟରେ ନିର୍ମାଣ ଚାଲିଥିବା ସାପକୋଠୀ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରକୁ ନେଇ ବିବାଦ। ଏହି ସେଣ୍ଟର ନିର୍ମାଣ ଯୋଗୁଁ ସଂମ୍ପୂର୍ଣ୍ଣ ବେଳାଭୂମି ପ୍ରଦୂଷଣ ଓ ସଙ୍କୁଚିତ ହେବାର ଆଶଙ୍କା ପ୍ରକଟ କରିଛନ୍ତି ବେଳାଭୂମି ସୁରକ୍ଷା ପରିଷଦ। ଏଠାରେ ନକରି ଲ୍ୟାଣ୍ଡିଂ ସେଣ୍ଟରକୁ ପେଣ୍ଠକଟାରେ ନିର୍ମାଣ କରାଯାଉ ବୋଲି ଦାବି ଜୋର୍ ଧରିଛି। ସେପଟେ ଏହାର ନିର୍ମାଣ ବୈଧତା ଓ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବକୁ ନେଇ ଅନୁସନ୍ଧାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।  

Advertisment

ବେଳାଭୂମିରେ ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ନିର୍ମାଣ ପାଇଁ ସିଆରଜେଡର ଅନୁମତି ନିଆଯାଇଛି ତ ? ପୁରୀ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ କଂକ୍ରିଟ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ । ଚାଲିଛି ସାପକୋଠୀ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରର ନିର୍ମାଣ । ୨୧୦ ମିଟର ଲମ୍ବ, 
୪୦ମିଟର ଚଉଡାରେ ସମୁଦ୍ର କୂଳ ପର୍ଯ୍ୟନ୍ତ କରାଯାଉଛି ନିର୍ମାଣ । ୩ଟି ମତ୍ସ୍ୟଜୀବୀ ସଂଘର ଡଙ୍ଗା ରଖିବା ଓ ମାଛ ବିକ୍ରି ସେଣ୍ଟର କରିବା ଉଦ୍ଦେଶ୍ୟରେ ନିର୍ମାଣ ଚାଲିଛି । ଯାହାଫଳରେ ମାଛ ଧରିବା ଓ ବିକ୍ରି କରିବାରେ ସୁବିଧା ହେବ ବୋଲି କହିଛନ୍ତି ମତ୍ସ୍ୟଜୀବୀ ମାନେ ।  

ସେପଟେ ପେଣ୍ଠକଟା ଠାରେ ଫିସିଂ ସେଣ୍ଟର କରିବା ପାଇଁ ସିଆରଜେଡର ଅନୁମତି ଥିଲେ ମଧ୍ୟ ଏଠାରେ କାହା ଅନୁମତିରେ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବେଳାଭୂମି ସୁରକ୍ଷା ପରିଷଦର ସଭାପତି। ଏଠାରେ ନିର୍ମାଣକାର୍ଯ୍ୟ ହେଲେ ଏହି ସ୍ଥାନ ସଂଙ୍କୁଚିତ ହେବ ଏବଂ ବେଳାଭୂମି ପ୍ରଦୂଷଣ ବି ହେବ ବୋଲି ଅଭିଯୋଗ ହୋଇଛି।  

Advertisment

ସେପଟେ ପୁରୀ ବେଳାଭୂମି ମଧ୍ୟସ୍ଥଳରେ ନିର୍ମାଣକୁ ବିରୋଧ ଘଟଣାକୁ ନେଇ ଅଧିକ ଅନୁସନ୍ଧାନ ପାଇ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିବା ବେଳାଭୂମିରେ ସ୍ଥାୟୀ ନିର୍ମାଣର ବୈଧତା ନାହିଁ, କିନ୍ତୁ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ପରମିଶନ ଥାଏ। ତେବେ ଏହାର ବୈଧତା ଯାଞ୍ଚ କରାଯିବ ଏବଂ ପେଣ୍ଠକଟାରେ ନିର୍ମାଣ ନେଇ ଦାବିର ବି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

Under-construction Puri Sea Beach
Advertisment
Advertisment