Advertisment

ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି, ଲାଗିବ କ୍ବାଲିଟି ଆନାଲାଇଜର ମେସନ୍

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର।

author-image
Santosh Kumar Sahoo
undefined

Paddy Procurement

ରାଜ୍ୟ ସରକାର ଚାଷୀଙ୍କଠୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବାକୁ ସ୍ଥିର କରିବା ପରେ ଏଥିରେ ସ୍ବଚ୍ଛତା ଆଣିବାକୁ ଆପଣେଇବାକୁ ଯାଉଛନ୍ତି ନୂଆ ବ୍ୟବସ୍ଥା। ଚଳିତ ଖରିଫ ଋତୁରୁ ପ୍ରଥମ ଥର ପାଇଁ ପ୍ରତି ମଣ୍ଡି, ପ୍ୟାକ୍ସ ଓ ଲ୍ୟାମ୍ପସରେ କ୍ବାଲିଟି ଆନାଲାଇଜର ମେସିନ୍ ବସାଇବାକୁ ସ୍ଥିର କରିଛି ଯୋଗାଣ ବିଭାଗ । ଯାହାଦ୍ବାରା ମିଲର ମାନେ ଆଉ ମନ ଇଚ୍ଛା ଧାନର ମାନ ନିର୍ଦ୍ଧାରଣ କରି କଟନି ଛଟନି କରି ପାରିବେନି । ଚାଷୀ ବି ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଧାନ ବିକି ଉଚିତ୍ ମୂଲ୍ୟ ପାଇବ । ବିଭିନ୍ନ ସ୍ଥାନରେ ଚାଷୀ, ସରକାରଙ୍କ ଏ ନୂଆ ବ୍ୟବସ୍ଥାକୁ ସ୍ବାଗତ କରିଥିଲା ବେଳେ ବରଗଡ଼ ଜିଲ୍ଲାରୁ କିନ୍ତୁ ଆସିଛି ଭିନ୍ନମତ । ଚାଷୀନେତାଙ୍କ ଅଭିଯୋଗ ଏହାଦ୍ବାରା କେବଳ ଏଫଏକ୍ୟୁ ମାନର ଧାନ ସଂଗ୍ରହର ବ୍ୟବସ୍ଥା ଥିବାରୁ ତାଠୁ କମ୍ ମାନର ଚାଷୀ ଧାନବିକ୍ରିରେ ସମସ୍ୟାର ସମ୍ମୁଖୀନ ହେବେ ।

Advertisment

ପ୍ରତିବର୍ଷ ଖରିଫ ଧାନ କିଣାବେଳେ କଟନି ଛଟନି ଜରିଆରେ ମିଲରଙ୍କ ଦୌରାତ୍ମ୍ୟର ଶିକାର ହୋଇଥାନ୍ତି ଚାଷୀ । ଏପରିକି, ଧାନର ଉଚିତ୍ ମୂଲ୍ୟ ପାଇବା ପ୍ରତିବଦଳରେ ମଣ୍ଡିକୁ ଆଣିଥିବା ଧାନରେ ଅଗାଡି, ଆର୍ଦ୍ରତା ଭଳି ବିଭିନ୍ନ କାରଣ ପାଇଁ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟ ହୋଇଥାଏ । ହେଲେ ନୂଆ ବ୍ୟବସ୍ଥାରେ ଆଉ ସେଭଳି ହେବନି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମିଲର କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ FAQ ମାନର ଧାନ କିଣବେ। କ୍ବାଲିଟ୍ ଆନାଲାଇଜର ମେସିନ୍ ବ୍ୟବହାର ଦ୍ବାରା ଆଉ କେହି କାହାକୁ ଠକିପାରିବେନି । ସେପଟେ ଏ ନୂଆ ବ୍ୟବସ୍ଥାରେ ମିଲର ବି ଖୁସ୍। ଏହାଦ୍ବାରା ଏଣିକି କେବଳ FAQ ମାନର ଧାନ ପାଇବୁ ବୋଲି ଆଶା ରଖିଛନ୍ତି ମିଲର ।

ତାରିଖ ସ୍ଥିର ହୋଇନଥିଲେ ମଧ୍ୟ ପ୍ରଥମାଷ୍ଟମୀ ପରେ ପରେ ରାଜ୍ୟ ସରକାର ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଦେଖିବା କଥା ପ୍ରଥମ ଥର ପାଇଁ ୩୧ଶହ ଟଙ୍କାରେ ଧାନ କିଣି ଚାଷିଙ୍କୁ ଖୁସି କରିବାକୁ ଯାଉଥିବା ରାଜ୍ୟ ସରକାର କ୍ବାଲିଟ୍ ଆନାଲାଇଜର ମେସିନର ବ୍ୟବହାର ଦ୍ବାରା ବି ଚାଷୀଙ୍କୁ କେତେ ଫାଇଦା ଦେଉଛନ୍ତି ।

Advertisment

Paddy Procurement
Advertisment
Advertisment