Advertisment

Father Locked Inside: ଘରଦାଣ୍ଡରେ ବାପା-ପୁଅଙ୍କ ଭିତରେ ପାଲା, ପୋଲିସ ଆସି ଖୋଲିଲା ତାଲା

ପୁଅ ଦୀପକ ଏବେ ରାୟଗଡ଼ାରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ସେ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ଯେ ତାଙ୍କ ପତ୍ନୀଙ୍କୁ ପ୍ରକାଶ ଅଧିକ ଯୌତୁକ ଦାବି କରି ଘରୁ ବାହାର କରି ଦେଇଛନ୍ତି। ଆଉ ସେ ଯେବେ ଘରକୁ ଆସୁଛନ୍ତି ତାଙ୍କୁ ଘରେ ପୁରେଇ ଦେଉନାହାନ୍ତି। ସମ୍ପତ୍ତି ପାଇଁ ବାପାଙ୍କୁ ତାଲା ପକାଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

author-image
Prasan Subudhi
ବାପ-ପୁଅ କଳି

ବାପ-ପୁଅ କଳି

ଘରଦାଣ୍ଡରେ ବାପା-ପୁଅଙ୍କ ଭିତରେ ଖଣ୍ଡଯୁଦ୍ଧ। ବାପାଙ୍କୁ ତାଲା ପକାଇ ବାହାରେ ପୁଅ କଲା ପାଲା। ସମ୍ପତ୍ତି ପାଇଁ ମହାଭାରତ ଦେଖିଲେ ଲୋକ। ପାରିବାରିକ କଳହର ଏମିତି ଏକ କରୁଣ ରୂପ ଏବେ ଦେଖଢ଼ିବାକୁ ମିଳିଛି। ବାପ ପୁଅ ଭିତରେ ମହାଭାରତ ଦେଖିଲେ ସ୍ଥାନୀୟ ଲୋକ। ବାପାଙ୍କୁ ଘର ବାହରୁ ତାଲା ପକାଇ ଦେଇଥିଲା ପୁଅ। ଏପରିକି ପୁଅକୁ ଡରି ବାପା ମଧ୍ୟ ନିଜକୁ ଭିତରୁ ତାଲା ପକାଇ ରଖିଥିଲେ। ହେଲେ ଶେଷରେ ପୋଲିସ ଆସିଲା ଆଉ ବନ୍ଧନରୁ ମୁକ୍ତ ହେଲେ ବାପା।

Advertisment

ସିରିୟଲ କାହାଣୀ ପରି ଲାଗୁଥିବା ଏହି ଘଟଣାଟି ଘଟିଛି ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ୍ ଅଞ୍ଚଳରେ। ସୂଚନାମୁତାବକ, ପ୍ରକାଶ କୋଠିଆ ଓ ତାଙ୍କ ପୁଅ ଦୀପକ କୋଠିଆଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା। ହେଲେ ସମ୍ପତ୍ତି ପାଇଁ ଲାଗିଥିବା ଏହି ବିବାଦ ଗୁରୁବାର  ଚରମ ସ୍ଥିତିରେ ପହଞ୍ଚିଥିଲା। ଗୋଟିଏ ଘରେ ତାଲା ପକାପକି ହୋଇଥିଲେ ଉଭୟ ବାପ-ପୁଅ। ପ୍ରକାଶ ଭିତରପଟୁ ତାଲା ପକାଇଥିବାବେଳେ ପୁଅ ଦୀପକ ତାଙ୍କୁ ବାହାର ପଟୁ ତାଲା ପକାଇଥିଲେ।

ପ୍ରକାଶଙ୍କ ଅଭିଯୋଗ, ପୁଅ ଦୀପକ ତାଙ୍କୁ ସବୁବେଳେ ଆକ୍ରମଣ କରିବା ସହ ଗାଳି କରୁଥିଲା। ତେଣୁ ସେ ଡରିଯାଇ ଘର ଭିତର ପଟୁ ତାଲା ପକାଇ ଦେଇଥିଲେ। ଯାହାକୁ ଦେଖି ଉତ୍ୟକ୍ତ ହୋଇ ବାହାର ପଟୁ ଆଉ ଏକ ତାଲା ଦେଇ ପଳାଇ ଥିଲେ ଦୀପକ। ଏନେଇ ପ୍ରକାଶ ଟାଉନ ଥାନାକୁ ଜଣାଇବା ପରେ ପୋଲିସ ଆସି ତାଲା ଖୋଲିଥିଲା।

Advertisment

ପୁଅ ଦୀପକ ଏବେ ରାୟଗଡ଼ାରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ସେ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ଯେ ତାଙ୍କ ପତ୍ନୀଙ୍କୁ ପ୍ରକାଶ ଅଧିକ ଯୌତୁକ ଦାବି କରି ଘରୁ ବାହାର କରି ଦେଇଛନ୍ତି। ଆଉ ସେ ଯେବେ ଘରକୁ ଆସୁଛନ୍ତି ତାଙ୍କୁ ଘରେ ପୁରେଇ ଦେଉନାହାନ୍ତି। ତେବେ ସମ୍ପତ୍ତି ପାଇଁ ବାପାଙ୍କୁ ତାଲା ପକାଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

ଦୀର୍ଘସମୟ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା। ଆଉ ତାଲାର ପାଲା ଦେଖିଥିଲେ ଲୋକେ। ଶେଷରେ ପୋଲିସ ଆସି ତାଲା ଖୋଲିଥିଲା ।

Dowry Torture Property Dispute Father Son Relationship
Advertisment
Advertisment