Advertisment

Farmers in Disbelief due to Token: ଟୋକନକୁ ନେଇ ଚିନ୍ତାରେ ଚାଷୀ, ସନ୍ଦେହରେ ୧୭ ହଜାର

ହଜାର ହଜାର ଚାଷୀଙ୍କୁ ଧାନ ବିକ୍ରି ଅନୁମତି ମିଳି ନଥିବାରୁ ଅସନ୍ତୋଷ ତେଜୁଛି। ଏପରି ସ୍ଥଳେ ବିଭାଗ ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ସସପେକ୍ଟେଡ୍ ଦର୍ଶାଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ସମବାୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

Farmers

Farmers

Advertisment

ରାଜ୍ୟରେ ପ୍ରଥମ ଥର ପାଇଁ ଧାନ କ୍ୱିଣ୍ଟାଲ ବାବଦକୁ ଚାଷୀଙ୍କୁ ୨୩ ଶହ ଟଙ୍କା ଦିଆଯାଉଛି। ଯାହାକୁ ନେଇ ଚାଷୀଙ୍କ ଭିତରେ ଉତ୍ସାହ ତ ରହିଛି, କିନ୍ତୁ ଅନେକ ସ୍ଥାନରେ ବାଧକ ସାଜିଛି ଟୋକନ୍ ସମସ୍ୟା। ପ୍ରଶାସନିକ ହେଉ କି ଟେକ୍ନିକାଲ ଫଲ୍ଟ, ଏଯାଏଁ ହଜାର ହଜାର ଚାଷୀଙ୍କୁ ଧାନ ବିକ୍ରି ଅନୁମତି ମିଳି ନଥିବାରୁ ଅସନ୍ତୋଷ ତେଜୁଛି। ଏପରି ସ୍ଥଳେ ବିଭାଗ ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ସସପେକ୍ଟେଡ୍ ଦର୍ଶାଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ସମବାୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏସବୁ ଭିତରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଖୁବ ଶୀଘ୍ର ସବୁ ଚାଷୀଙ୍କୁ ଟୋକନ୍ ମିଳିବ।

Advertisment

ଧାନ କିଣାର ଦୁଇଟି ଚିତ୍ର। କେଉଁଠି ଉତ୍ସାହ ତ କେଉଁଠି ନିରାଶା। କେଉଁଠି ଖୁସି ତ କେଉଁଠି ହତାଶା। କାହିଁକିନା ଜମି ଥାଇ ବି ଧାନ ବିକିବାକୁ ମିଳିନି ଟୋକନ। ଏ ହେଉଛନ୍ତି ଖଲ୍ଲିକୋଟ ବ୍ଲକ୍ କମଳାପଦର ଚାଷୀ ଜମ୍ବୁ ପାହାନ ଏବଂ ଦିବାନ ବିଶ୍ୱାଳ। ବାପ-ଅଜା ଅମଳରୁ ଚାଷ କରୁଥିବା ଜମ୍ବୁ ଏଥର ୨ ଏକର ଜମିରେ ଚାଷ କରିଛନ୍ତି। ହେଲେ ଟୋକନ ନଥିବାରୁ ମଣ୍ଡିକୁ ଯାଇ ପାରୁନାହାନ୍ତି। ପିଣ୍ଡାରେ ଧାନ ବସ୍ତା ଥାକ ମାରି ବେପାରୀକୁ ଅନେଇଛନ୍ତି। ସେମିତି ପ୍ରାୟ ଏକ ଏକର ଜମିରେ ଚାଷ କରି ବି ଦିବାନଙ୍କୁ ମିଳିନି ଟୋକନ୍। ଫଳରେ ବାହାରେ ମହାଜନକୁ ମାତ୍ର ୧୫୦୦ରୁ ୧୬୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି ସେ।

ଅଧିକ ପଢ଼ନ୍ତୁ: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

Advertisment

ଖାଲି ଖଲ୍ଲିକୋଟ ନୁହେଁ ଉପକୂଳ କେନ୍ଦ୍ରାପଡାରୁ ବି ଆସିଛି ସମାନ ଅଭିଯୋଗ। ଆଳିଜଙ୍ଗା ଚାଷୀ କୈଳାସ ଲେଙ୍କା ୩ ଏକର ଜମିରେ ଧାନ ଚାଷ କରିଥିଲେ। ଜିଲ୍ଲାରେ ୧୦ ତାରିଖରୁ ମଣ୍ଡି ଖୋଲିଲାଣି, କିନ୍ତୁ ତାଙ୍କୁ ଟୋକନ ଆସିନି କି ମୋବାଇଲକୁ ମେସେଜ ଆସିନି। ଫଳରେ କିଛି ଧାନକୁ ନିଜ ବାଡିରେ ତ କିଛିକୁ ଆଉ କାହା ଖଳାରେ ପକାଇ ରଖିଛନ୍ତି। ସରକାରଙ୍କୁ ଧାନ ବିକିଲେ ଅଧିକ ଟଙ୍କା ମିଳିବ, ସେଇଥିପାଇଁ ବାହାର ବେପାରୀଙ୍କୁ ଦେବାକୁ ବି ସତ ବଳୁନି।

ଗ୍ରାଉଣ୍ଡରୁ ଆସିଥିବା ଏସବୁ ଅଭିଯୋଗକୁ ପ୍ରମାଣିତ କରୁଛି ସମବାୟ ବିଭାଗର ଏ ଚିଠି । ଜଣେ କି ଦୁଇ ଜଣ ନୁହେଁ, ଏଯାଏଁ ୧୭ ହଜାରରୁ ଅଧିକ ଚାଷୀଙ୍କ ପଞ୍ଜୀକରଣକୁ ଅନୁମତି ଦେଇନି ସମବାୟ ବିଭାଗ। ଏମାନଙ୍କୁ ସବୁ ସସ୍ପେକ୍ଟେଡ୍ ବୋଲି ଦର୍ଶାଇଛି। କାରଣ ପଞ୍ଜିକରଣ ହେବା ପରେ ସାଟେଲାଇଟ୍ ସର୍ଭେରୁ ଆସିଥିବା ତଥ୍ୟ ମେଳ ନଖାଇବାରୁ ୨୪ ଜିଲ୍ଲାର ୧୭ ହଜାର ୧୩୬ ଆବେଦନକୁ ଫିଜିକାଲ ଭିଜିଟ୍ କରି ଶୀଘ୍ର ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାର ଡେପୁଟି ରେଜିଷ୍ଟ୍ରାର ଏବଂ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗାଣ ମନ୍ତ୍ରୀ କହିଛନ୍ତି ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରି ଟୋକନ ଦିଆଯିବ। ହେଲେ କେବେ ସୁଦ୍ଧା ସରଜମିନ ତଦନ୍ତ କରି ସରକାର ଏହି ଚାଷୀମାନଙ୍କୁ ଟୋକନ ଦେଉଛନ୍ତି ଏବେ ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର...ବାର ହୀନସ୍ତା ହୋଇ ପାଠ ପଢୁଛନ୍ତି କୁନି କୁନି ପିଲା

Paddy Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ