Advertisment

ଫକୀରମୋହନ ସାହିତ୍ୟ ପରିଷଦର ରତ୍ନୋତ୍ସବ ଉଦଯାପିତ

ଯୁବ ସାମ୍ୱାଦିକା ପ୍ରତ୍ୟାଶା ପ୍ରିୟମ୍ୱଦା, ଡକ୍ଟର ନଗେନ୍ଦ୍ର କୁମାର ମହାପାତ୍ର, ଜୟନ୍ତୀ ଜେନା, ହଳଧର ପଣ୍ଡା, ନରେଶ କୁମାର ଲେଙ୍କା, ରବି କୁମାର ପାଣିଗ୍ରାହୀ ପ୍ରଭୃତିଙ୍କୁ ମଧ୍ୟ ଜିଲ୍ଲାପାଳ ସମ୍ମାନିତ କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Balasore

Balasore

ବାଲେଶ୍ୱରର ପୁରାତନ ଅନୁଷ୍ଠାନ ‘ଫକୀରମୋହନ ସାହିତ୍ୟ ପରିଷଦ’ ଆନୁକୂଲ୍ୟରେ ଶାନ୍ତିକାନନଠାରେ ଆୟୋଜିତ ହୋଇଯାଇଛି ‘ରତ୍ନୋତ୍ସବ’। ଉଦଯାପନୀ ସମାରୋହ ଅବସରରେ ବିଭିନ୍ନ କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ୱର୍ଦ୍ଦିତ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇଥିଲେ। ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କୁ ମଞ୍ଚାସୀନ ଅତିଥି ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। 

Advertisment

ଗତ ଶନିବାର ଅପରାହ୍ନ ୫ଟା ୩୦ ସମୟରେ କବିତୀର୍ଥ ଶାନ୍ତିକାନନଠାରେ ‘ରତ୍ନୋତ୍ସବ’ ଉଦଯାପନୀ ସମାରୋହ ଓ 'ରତ୍ନଶ୍ରୀ' ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା। ଏହି ଆସରେ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାବ୍ୟତୀତ ଡକ୍ଟର ନଗେନ୍ଦ୍ର କୁମାର ମହାପାତ୍ର, ଜୟନ୍ତୀ ଜେନା, ହଳଧର ପଣ୍ଡା, ନରେଶ କୁମାର ଲେଙ୍କା, ରବି କୁମାର ପାଣିଗ୍ରାହୀ ପ୍ରଭୃତିଙ୍କୁ ମଧ୍ୟ ଜିଲ୍ଲାପାଳ ସମ୍ମାନିତ କରିଥିଲେ।

ଏହି ରତ୍ନୋତ୍ସବ ଉଦଯାପନୀ ସମାରୋହକୁ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ଉଦଘାଟନ କରିଥିବା ବେଳେ ଏଥିରେ ପୌରୋହିତ୍ୟ କରିଥିଲେ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ବରେଣ୍ୟ ଅତିଥି ଭାବେ ବାଲେଶ୍ଵର ପୌରପାଳିକାର ପୌରାଧ୍ୟକ୍ଷା ସବିତା ସାହୁ ଓ ବିଶିଷ୍ଟ ଶିକ୍ଷାବିତ ଓ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଯୋଗ ଦେଇଥିଲେ।

Advertisment
Advertisment
Advertisment