Advertisment

Alcohol Price Increase: ନୂଆବର୍ଷରୁ ବଢିବ ମଦ ରେଟ୍‌; ବିୟର ବୋତଲ-କେନ୍ ପିଛା ବଢିବ ୧୦ ଟଙ୍କା!

ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପାଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ପାଇବେ ସରକାର ।

ଅଦ୍ୟତନ ହୋଇଛି
Alcohol Price Increase

Alcohol Price Increase

Advertisment

ବିୟର ବୋତଲ ଓ କେନ୍ ପିଛା ବଢିବ ୧୦ ଟଙ୍କା । ନୂଆବର୍ଷରୁ ବଢିବ ଏହି ରେଟ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ଟଙ୍କା ପାଇବେ ସରକାର । ବିଦେଶୀ ମଦ ଅପେକ୍ଷା ବିୟର ଓ କେନର ଚାହିଦା ବଢୁଛି । 

Advertisment

ସେପ୍ଟେମ୍ବର ମାସରେ ବିୟର ଦର ୧୦ ଟଙ୍କା ବଢିଥିଲା । ଦର ବଢିବା ନେଇ ଅବକାରୀ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ପ୍ରାଇସ୍ ଫିକ୍ସେସନ୍‌ କମିଟିର ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଦିଆଯାଇଛି । ସରକାର ଖୁବଶୀଘ୍ର ବିଚାର କରିବେ ।

ଅଧିକ ପଢ଼ନ୍ତୁ: ଘାଟିରେ ଓଲଟିଲା ବସ୍, ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୮ରୁ ଅଧିକ ଆହତ

 ଚର୍ଚ୍ଚା ହେଉଛି, ମଦ ନିଗମ ରେଟ ବଢାଇବା ଉଦ୍ଦେଶ୍ୟରେ ଡିପୋରୁ ଖୋଲା ବଜାରକୁ ବିୟର ଛାଡୁନି। ଦୋକାନୀ ମାନେ ଏମ୍‌ଜିକ୍ୟୁ ଡିପୋଜିଟ ଦେଲେ ମଧ୍ୟ କୋଟା ହିସାବରେ ମଦ ମିଳୁନି। ମଦ ବିକ୍ରିରେ ଓଡିଶା ସମସ୍ତଙ୍କୁ ପଛରେ ପକାଇଦେଇଛି। 

Advertisment

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୧୫ ବର୍ଷ ବୟସରୁ ଅଧିକ ପୁରୁଷ ୧୮ ପ୍ରତିଶତ ମଦ ପିଉଥିବା ବେଳେ, ଓଡିଶାରେ ୨୮ ପ୍ରତିଶତ ଲୋକ ମଦ ପିଉଛନ୍ତି । ସେତିକି ନୁହେଁ ଓଡିଶା ମହିଳାଙ୍କ ମଦ ପିଇବା ସଂଖ୍ୟା କିଛି କମ ନୁହେଁ। ସେ ଯାହା ହେଉ ସରକାରଙ୍କ ନିଷ୍ପତ୍ତି ଯେ ରାଜସ୍ବ ବୃଦ୍ଧିରେ ସହାୟକ ହେବ ନିଶ୍ଚୟ।

ଅଧିକ ପଢ଼ନ୍ତୁ: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

 

Excise Duty Alcohol Beer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ