Advertisment

Excise Dept Raid: ଆକ୍ସନ ମୋଡ୍ ରେ ଏକ୍ସସାଇଜ୍ ଡିପାର୍ଟମେଣ୍ଟ, ବଡ଼ ଧରଣର ଚଢାଉ

ବଡ଼ ଧରଣର ଚଢାଉ କରିଛି ଅବକାରୀ ବିଭାଗ। ୧୫ ହଜାର ଲିଟର ମହୁଲ ପୋଚ ସହ ୮୫୦ ଲିଟର ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ।

author-image
Chinmayee Sahoo
Excise

Excise

ଆକ୍ସନ ମୋଡରେ ଅବକାରୀ ବିଭାଗ । କରଞ୍ଜିଆରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ୧୫ହଜାର ଲିଟର ମହୁଲପୋଚ ସହ ୮୫୦ ଲିଟର ମହୁଲି ମଦ ଜବତ କରିଛନ୍ତି ଅବକାରୀ ଅଧିକାରୀ। ବିଶେଷ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ, ଠାକୁରମୁଣ୍ଡା, ଜସିପୁର ଓ ସୁକୃଲିର ସମସ୍ତ କର୍ମଚାରୀ ମିଳିତ ଭାବେ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ।

Advertisment

ବାପଳସା, ବଣକାଟି, ଭାଲିଆନାଳ, ଗୋପାଳପୁର ପ୍ରଭୁତି ଗାଁରେ ଛାପା ମାରିଥିଲେ ଅଧିକାରୀ। ପରେ ବିପୁଳ ପରିମାଣର ମହୁଲ ପୋଚ ସହ ମହୁଲି ମଦ ଜବତ କରି ନଷ୍ଟ କରିଛି ବିଭାଗ । ମଦ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବିଭାଗ।

Excise Dept
Advertisment
Advertisment