Advertisment

୪ରୁ ଆରମ୍ଭ ହେବ ‘ସୁଭଦ୍ରା’ ଫର୍ମ ଦାଖଲ

୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।

author-image
Satyendu Shekher Mishra
undefined

Subhadra Scheme

ଆସନ୍ତା ୪ ତାରିଖରୁ ସୁଭଦ୍ରା ଫର୍ମ ସଂଗ୍ରହ। ଲୋକାର୍ପିତ ହେଲା ସୁଭଦ୍ରା ପୋର୍ଟାଲ। ସବୁ ଯୋଗ୍ୟ ମହିଳା, ଯୋଜନାରେ ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା । subhadra.odisha.gov.in ଏହି ପୋର୍ଟାଲରେ ହିଁ ହେବ ଆବେଦନ। ଆଉ ଏଥିପାଇଁ ଗାଁ ଗାଁରେ ବଣ୍ଟା ଚାଲିଛି ଫର୍ମ। ଫର୍ମ ଭରିବା ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ୱେବସାଇଟକୁ ଯାଇ ନିଶୁଳ୍କ ଆବେଦନ କରିପାରିବେ। ପୋର୍ଟାଲରେ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ରହିଛି।

Advertisment

ଯେଉଁ ସୂଚନା ପୋର୍ଟାଲରେ ନାହିଁ ତାହା ଗୁଜବ ବୋଲି ଆଜି ଲୋକସେବା ଭବନଠାରେ ପୋର୍ଟାଲର ଉନ୍ମୋଚନ କରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏପଟେ ଗ୍ରାଉଣ୍ଡରେ ସୁଭଦ୍ରା ଯୋଜନାକୁ ନେଇ ପ୍ରବଳ ଉତ୍ସାହ।

ତେବେ ଆଜି ଗୃହରେ ଦେଖିବାକୁ ମିଳିଥିଲା ସୁଭଦ୍ରା ଝଡ଼। ଗୃହ ମଝିକୁ ଆସି ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ୍ ସଦସ୍ୟ। ଯେଉଥିପାଇଁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ବିଜେଡିର ଅଭିଯୋଗ ଥିଲା, ବିଜେପି ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ମହିଳାଙ୍କୁ ଯୋଜନାରେ ସାମିଲ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏବେ କାହିଁକି ଏତେ ମାନଦଣ୍ଡ? ୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।

Advertisment

ଅନ୍ୟପଟେ କଂଗ୍ରେସ କହିଛି, ୨ ବର୍ଷରେ ୫୦ ହଜାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ୫ ବର୍ଷରେ ଦେବେ? ଏହାର ପୁନର୍ବିଚାର କରାଯାଉ। ବଡ଼ କଥା ହେଲା ଆଜି ଗୃହରେ ସୁଭଦ୍ରା ଯୋଜନା ନେଇ ବିଜେଡି ପକ୍ଷରୁ ମୁଲତବୀ ନୋଟିସ୍ ମଧ୍ୟ ଦିଆଯାଇଥିଲା। କିନ୍ତୁ ଆଲୋଚନା ପୂର୍ବରୁ ପ୍ରଶ୍ନକାଳରୁ ହିଁ ହଟଗୋଳ ଆରମ୍ଭ କରିଥିଲେ ବିରୋଧୀ। ଯେଉଁଥିପାଇଁ ବିଜେଡି ଉପରେ ପାଲଟା ଦୋଷ ଲଦିଛି ବିଜେପି। ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ବିଜେଡି ଗୃହ ଚଳେଇ ଦେଲା ନାହିଁ ବୋଲି ବିଜେପି କହିଛି।

୪ ତାରିଖରୁ ଫର୍ମ ସଂଗ୍ରହ କରି ୧୭ ତାରିଖ ସୁଦ୍ଧା ଚିହ୍ନଟ ହିତାଧିକାରଙ୍କୁ କାର୍ଡ ଦେବେ ସରକାର। ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବେ।

Advertisment
Advertisment