Advertisment

ଭତ୍ତା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ୭୦ ବର୍ଷିୟା ବୃଦ୍ଧା

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍ ମୁହାଁ ବୃଦ୍ଧା । ବୟସାଧିକ କାରଣରୁ ଚାଲିନପାରିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସୂଚନା  ।

author-image
Satyendu Shekher Mishra
Pension

Pension

ଭତ୍ତା ପାଇଁ ହୀନସ୍ତା। ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିକ ପାଇଁ ପରିଣତ ବୟସରେ ଜଣେ ବୃଦ୍ଧା ୨ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଯିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ପ୍ରଶାସନକୁର କାର୍ଯ୍ୟକାରିତାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି । ଏହି ଘଟଣାଟି ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତରୁ ସାମ୍ନାକୁ ଆସିଛି । ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଭିଡିଓ ସମସ୍ତଙ୍କୁ ବିବ୍ରତ କରିଛି ।

Advertisment

ବୃଦ୍ଧା ଜଣକ ହେଲେ ରାଇସୁଆଁ ଗାଁ ଫରେଷ୍ଟ ଚେକ୍ ଗେଟ ପାଖ ସାହିର ପଥୁରୀ ଦେହୁରୀ। ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ । ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତାର ସେ ଜଣେ ହିତାଧିକାରୀ। ତାଙ୍କୁ ପଞ୍ଚାୟତରୁ ଭତ୍ତା ମିଳେ। କିନ୍ତୁ ଭତ୍ତା ଟଙ୍କା ପାଇଁ ୨ କିଲୋମିଟର ଯାଏଁ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ତାଙ୍କୁ ଯିବାକୁ ପଡ଼ିଥାଏ ।

ବୟସାଧିକ କାରଣରୁ ସେ ଚାଲିପାରନ୍ତି ନାହିଁ। ତେଣୁ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି ବୋଲି କହିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏସଂପର୍କରେ ସରପଞ୍ଚଙ୍କୁ ପଚାରିବାରୁ କହିଛନ୍ତି, ଆସନ୍ତା ୧୫ ତାରିଖ ଭିତରେ ତାଙ୍କ ଘରକୁ ଯାଇ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯିବ। 

Advertisment

Pension
Advertisment
Advertisment