Advertisment

Elderly Couple Ends Life: ପଚାରିଲାନି ପୁଅ, ଟ୍ରେନ ଆଗକୁ ଡେଇଁ ପଡିଲେ ବୃଦ୍ଧ ବାପାମା'...

କୁଳାଙ୍ଗାର ପୁଅ । ବୁଝିଲାନି ବାପାମାଆର ଦୁଃଖ । ପରିଣତ ବୟସରେ ଅଲୋଡା ହୋଇଗଲେ ବାପାମାଆ । ପୁଅ ନ ପଚାରିବାରୁ ଧାର କରଜ କରି ପେଟ ପୋଷିଲେ । ଏତେ କରଜ ହୋଇଗଲା ଯେ ସୁଝି ପାରିଲେନି ଏବଂ ଶେଷରେ  ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ।

ଅଦ୍ୟତନ ହୋଇଛି
Elderly Couple Ends Life

Elderly Couple Ends Life

Advertisment

'ପୁଅରେ... ବୟସ ହେଇଗଲାଣି, ଆଉ କାମଧନ୍ଦା କରିପାରୁନି । ତୋ ପାଖରେ ଆମେ ରହିବୁ ।  ଯାହା ଶାଗମୁଗ ଦେବୁ ଖାଇ ବଞ୍ଚିବୁ । ନାତି ନାତୁଣୀକୁ ଖେଳାଇବୁ । ତୋ ଆଖିରେ ଦୁନିଆ ଦେଖିବୁ । ତୋ ଖୁସିରେ ଆମେ ଖୁସି ହେବୁ ଆଉ ତୋ ଦୁଃଖରେ ଦୁଃଖୀ । ଘରର ଗୋଟିଏ କୋଣେ ପଡ଼ି ରହିବୁ । ଆମକୁ ଘରୁ ବାହାର କରେନା, ଆମେ କୁଆଡେ ଯିବୁନି ତୋରି ପାଖରେ ରହିବୁ....' ପରିଣତ ବୟସରେ ସାହାରା ଦେବାକୁ ପୁଅ ଆଗରେ ଏମିତି ନେହୁରା ହୋଇଥିଲେ ବାପାମାଆ । 

Advertisment

ଅଧିକ ପଢନ୍ତୁ: ବାପାର ଶବ ସତ୍କାର ପାଇଁ ଯାଉଥିଲେ ପୁଅ-ବୋହୂ, ନିଜେ ଶବ ହୋଇଗଲେ...

ବୟସର ଅପରାହ୍ନରେ ଅନ୍ଧର ଲଉଡି ବୁଝିଲାନି ବାପାମାଆର ଦୁଃଖ । ପୁଅ ପାଇଁ ଅଲୋଡା ହୋଇଗଲେ ବାପାମାଆ । କୋଳେଇ କାଖେଇ ବଡ଼ କରିଥିବା ବାପାମା’ଙ୍କୁ ଘରୁ ବାହାର କରିଦେଲା ପୁଅ । ଶେଷରେ ଧାର କରଜ କରି ପେଟ ପୋଷିଲେ । ଏତେ କରଜ ହୋଇଗଲା ଯେ ସୁଝି ପାରିଲେନି ବୃଦ୍ଧ ଦମ୍ପତି ।  ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ନୂଆପଡ଼ା ଜିଲ୍ଲାର ସଦର ଥାନା ସିଲଦା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।

ପୁଅ ଓ ପତ୍ନୀ ଜାମବାଈଙ୍କୁ ନେଇ ସିଲଦା ଗାଁର ଯଦୁରାମ ପାଣ୍ଡେଙ୍କର ଥିଲା ସୁନାର ସଂସାର । ସମୟକ୍ରମେ ପୁଅ ବଡ଼ ହୋଇଗଲା । ଜାମବାଈ ଓ ଯଦୁରାମ ବୃଦ୍ଧ ହୋଇଗଲେ । ଆଉ କାମ ଧନ୍ଦା କରିପାରିଲେନି ଯଦୁରାମ । ପୁଅ ଉପରେ ନିର୍ଭର କରି ଚଳିଲେ। ଭାବିଥିଲେ ବୟସର ଅପରାହ୍ନରେ ପୁଅ ସାହାରା ପାଲଟିବ। 

Advertisment

ହେଲେ କୁଳାଙ୍ଗାର ପୁଅ ପଚାରିଲାନି । ତା’ ପାଇଁ ଅଲୋଡା ହୋଇଗଲେ ବୁଢ଼ା ବାପା-ମା’। ବୃଦ୍ଧ ଦମ୍ପତିଙ୍କୁ ଘରୁ ତଡ଼ିଦେଲା ପୁଅ। ଶେଷରେ ବାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ଜୀବନ କାଟିଲେ । ଧାର କରଜ କରି ପେଟ ପୋଷିଲେ । ଧୀରେ ଧୀରେ କରଜର ଭାର ଏତେ ହୋଇଗଲା ଯେ, ଶୁଝିବା ମୁସ୍କିଲ ହୋଇପଡ଼ିଲା । 

ଧାର ଦେଇଥିବା ଲୋକ ଟଙ୍କା ମାଗି ମାଗି ବସେଇ ଉଠେଇ ଦେଲେନି । ନାନା ଗାଳିମନ୍ଦ ବି କଲେ । କ’ଣ କରିବେ କିଛି ବୁଝି ପାରୁନଥିଲେ ବୃଦ୍ଧ ଦମ୍ପତି । ଦିନକୁ ଦିନ ସେମାନଙ୍କ ମାନସିକ ଚାପ ବଢ଼ି ଚାଲିଥିଲା । ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । ଜୀବନ ହାରିବାକୁ ଆପଣାଇଥିଲେ ବାଟ । ଉଭୟ ଟ୍ରେନ ଆଗକୁ ଡେଇଁ ପଡ଼ିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ଲୋକଙ୍କୁ ହସ୍ତାନ୍ତର କରିଛି । ପୂରା ଘଟଣାର ତଦନ୍ତ ଜାରି ରଖିଛି । ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଋଣ ବୋଝ ନା ଆଉ କିଛି ସେ ନେଇ ଛାନଭିନ୍‌ ଜାରି ରଖିଛି ପୋଲିସ । 

Advertisment

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

Odisha News Elderly Couple Couple Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ