• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସରକାରଙ୍କ ନୂଆ ପ୍ରୟାସ । ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ତା ସହ କୁକୁଡ଼ା ଚିଆଁ ଫ୍ରି । ଯାହା ସୃଷ୍ଟି କରିଛି ଚର୍ଚ୍ଚା । ଦିନକୁ ଦିନ ସରକାର ଶିଶୁ ଓ ମହିଳାଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ସରକାର ଅଙ୍ଗନବାଡ଼ି ଜରିଆରେ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ପୁଷ୍ଟିକର ଶୁଖିଲା ଖାଦ୍ୟ ସାଙ୍ଗକୁ କୁକୁଡ଼ା ଅଣ୍ଡା ମଧ୍ୟ ମାଗଣାରେ ପ୍ରଦାନ କରୁଛନ୍ତି । ସରକାରଙ୍କ ଲକ୍ଷ୍ୟ ହେଉଛି, ଯେମିତି କେହି ଅପପୃଷ୍ଟି ରୋଗରେ ଶିକାର ନହୁଅନ୍ତୁ । 

ମିଳିଥିବା ସୂଚନା ଅନୁଯାୟୀ ଅପପୃଷ୍ଟି, ରକ୍ତହୀନତା ଓ ଓଜନ ହ୍ରାସ ରୋଗରୁ ମୁକ୍ତି ପାଇବା ପାଇଁ ସରକାର ଏଭଳି ନୂଆ ପଦକ୍ଷେପ ନେଇଛନ୍ତି । ଯାହା ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୭ ନମ୍ବର ୱାର୍ଡର ନିମେଇସାହି ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ।

ପଢନ୍ତୁ ଏହି ଖବର: ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

    ଅଙ୍ଗନବାଡି ଦିଦିଙ୍କ କହିବା ଅନୁଯାୟୀ, ଅପପୃଷ୍ଟି, ରକ୍ତହୀନତା ଓ ଓଜନହ୍ରାସ ପାଇଁ ସରକାର ଏଭଳି ବ୍ୟବସ୍ତା କରିଛନ୍ତି । ଗର୍ଭବତୀ ମହିଳା ତଥା ମହିଳା, ଶିଶୁ ଓ କିଶୋରୀ ମାନଙ୍କ ପାଇଁ ଏପରି ବ୍ୟବସ୍ଥା ସହାୟକ ହେବ । 

    ଅନ୍ୟପଟେ ସରକାରଙ୍କ ଏପରି ବ୍ୟବସ୍ଥାକୁ ନେଇ ଲୋକେ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି । କହିଛନ୍ତି, ସରକାରଙ୍କ ଏପରି ବ୍ୟବସ୍ଥା ବେଶ୍‌ ପ୍ରଶଂସନୀୟ । କୁକୁଡ଼ା ଅଣ୍ଡା ଖାଇବା ସହ ପୁଷ୍ଟିକର ଖାଦ୍ୟ ପାଇଁ କୁକୁଡ଼ା ମଧ୍ୟ ଖାଇବୁ  ।

    • Reported by:
    • Partha Sarathi nayak

    OTV is now on Whatsapp

    Join and get latest news update delivered to you via whatsapp

    Join Now