/odishatv-khabar/media/post_attachments/uploadimage/library/16_9/16_9_0/Elephant__1724556681.jpg)
Elephant
ଆମ ଆଖିରେ ସବୁଠାରୁ ବଡ଼ ପ୍ରାଣୀ, ହୁଏତ ହାତୀ । ସେ ଧାଁ ଧୌଡ କରେ, ମଣିଷ ତାକୁ ଭୟ କରେ । ସେ ଡାଳପତ୍ର ଖାଏ । ପିଲା ବୟସର ହାତୀ ବା କୁନି ହାତୀ କଥା ଟିକେ ଅଲଗା । ସେ ଜଙ୍ଗଲରେ ଖେଳିବା କୁଦିବା କଥା, ମଉଜ କରିବା କଥା କିନ୍ତୁ ଏଠି ତା ଅବସ୍ଥା ସାଙ୍ଘାତିକ । ୩ ବର୍ଷର ଗୋଠଛଡା କୁନି ହାତୀ ରୋଗୀଣା ବୋଲି ତାକୁ ହାତୀ ପଲରେ ସ୍ଥାନ ମିଳିନି। ଆଉ ଆଜି ସେ ଚିକିତ୍ସିତ ହେଉଛି, ମୃତ୍ୟୁ ସହ ସଂଗ୍ରାମ କରୁଛି । ଏମିତିକି ଖାଇ ପାରୁନି ବୋଲି ସାଲାଇନ୍ ପରେ ସାଲାଇନ୍ ବି ଚଢୁଛି ।
୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ । ଗୋଠଛଡା ହେଲା ପରଠାରୁ ସେ କିଛି ଖାଇନି । କାରଣ ତା ବେକ ପାଖରେ ବା ଖାଦ୍ୟନଳୀରେ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀସ୍ଥିତ ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଚିକିତ୍ସିତ ହେଉଛି ଗୋଠଛଡ଼ା ହାତୀ । ନନ୍ଦନକାନନ ଓ OUATର ପ୍ରାଣୀ ଚିକିତ୍ସିକମାନେ ଏବେ ଏହି ହାତୀ ଛୁଆକୁ ସୁସ୍ଥ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଖାଈ ପିଇ ପାରୁ ନ ଥିବାରୁ ଲଗାତାର ସାଲାଇନ୍ ଦେଉଛନ୍ତି । ପାଟି ଘା ହୋଇ ଯାଇଥିବାରୁ ଆଣ୍ଟି ବାୟୋଟିକ୍ ଦଆଯାଉଛି । କାହିଁକି ହାତୀ ଛୁଆ ଟି ଖାଇ ପାରୁନି, ସେଥିପାଇଁ ତାର ଏକ୍ସରେ ମଧ୍ୟ କରାଯାଇଛି। ଆବଶ୍ୟକ ପଡ଼ିଲେ ଏଣ୍ଡୋସ୍କୋପି କରିବାକୁ ବିଚାର କରୁଛି ବନ ବିଭାଗ।
ନିଃସଙ୍ଗତା ମଣିଷକୁ ମରେ । ଏ କଥା ଆମେ ଶୁଣିଛେ । ହେଲେ ଏଠି ପଶୁଟିଏ ବି ନିଶଙ୍ଗ ହେବା ପରେ ଏଭଳି ସ୍ଥିତି ଭୋଗୁଛି । ବଲାଙ୍ଗୀରରୁ ହାତୀ ଛୁଆକୁ ଚିକିତ୍ସା ପାଇଁ ନେଇ ଆସିଥିବା ପ୍ରାଣୀ ଚିକିତ୍ସକଙ୍କ କହିବା କଥା, ୩ ଦିନ ତଳେ ଏହା ଗୋଠ ଛଡ଼ା ହୋଇ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ହାତୀ ଛୁଆଟି ଅସୁସ୍ଥ ଥିବାରୁ ବଞ୍ଚିବାର ଆଶା ଛାଡ଼ି ଦେଇ ହାତୀ ପଲ ତାକୁ ଗୋଠ ଛଡ଼ା କରିଥିବା ଅନୁମାନ କରି ପ୍ରଥମେ ତାକୁ ଟ୍ରାଙ୍କୁଲାଇଜ କରିଥିଲେ । ଆଉ ତା ପରେ ତା ଠିକଣା ବଦଳିଥିଲା। ଏବେ ଦେଖିବାକୁ ରହିଲା, ଏ ହାତୀ କେବେ ସୁସ୍ଥ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)