ରାଜ୍ୟରେ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ କିଛିଦିନ ପୂର୍ବେ ୮ ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ଏହି ୮ ଜଣଙ୍କ ଅଫିସରଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସମେତ ୨ ଜିଲ୍ଲାପାଳ ଓ ୫ ଏସ୍ପି ଥିଲେ । ତେବେ ଏହି ଖାଲିଥିବା ପଦବୀ ମଧ୍ୟରୁ ୩ ଡିଏସ୍ପି ପଦବୀ ଆଜି ପୂରଣ ହୋଇଛି।
Also Read
ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି । ସେହିପରି ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲାର ଏସପି ଓ ଉମାଶଙ୍କର ଦାଶଙ୍କୁ ଅନୁଗୁଳର ଏସପି ଭାବେ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ଆଶିଷ ସିଂଙ୍କ ବଦଳରେ ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ରାଜ୍ୟ ସରକାର ପଠାଇଥିବା ତାଲିକା ମଧ୍ୟରୁ ଏହି ତିନି ଅଧିକାରୀଙ୍କ ନାଁକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି। ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପଢନ୍ତୁ ଏହି ଖବର: ନିର୍ବାଚନ କମିଶନଙ୍କ କଡ଼ା ପଦକ୍ଷେପ, କ୍ଷମତା ଅପବ୍ୟବହାର ରୋକିବାକୁ ଜିଲ୍ଲାପାଳ-SPଙ୍କୁ ବଦଳି
କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା। ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।