Advertisment

Ration card Update: ବଢିଲା e-KYC ଅପଡେଟ୍ ସମୟସୀମା, ଠିକା କର୍ମଚାରୀଙ୍କୁ ବଡ ଆଶ୍ବସ୍ତି

ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

undefined

Ration Card

Advertisment

ଫେବ୍ରୁଆରୀ ୧୫କୁ ବଢ଼ିଲା ରାସନ କାର୍ଡ ପାଇଁ e-KYC ଅପଡେଟ୍ ସମୟସୀମା। ଜାନୁଆରୀ ୩୧ ବଦଳରେ ପୁଣି ଥରେ ଡେଡଲାଇନକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆହୁରି ୪୧ ଲକ୍ଷ ହିତାଧିକାରୀ e-KYC କରିନଥିବାରୁ ବିଭାଗୀୟ ମନ୍ତ୍ରୀ ପୁଣି ଏହି ଅବଧି ବଢାଇଛନ୍ତି। ସେପଟେ ଏବେ ବି କିଏ କିଏ ରାସନ କାର୍ଡ ସରେଣ୍ଡର କରିବେ ଆଉ କିଏ ରଖିବେ, ତାକୁ ନେଇ ହିତାଧିକାରୀଙ୍କ ଭିତରେ ଦ୍ବନ୍ଦ୍ବ ଦୂର ହୋଇନି। ତେବେ କମ୍ ଦରମା ପାଉଥିବା ଘରୋଇ ଏବଂ ଠିକା କର୍ମଚାରୀମାନେ କାର୍ଡ ସରେଣ୍ଡର କରିବାର ଆବଶ୍ୟକତା ନାହିଁ ୱୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

Advertisment

ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆହୁରି ୪୧ ଲକ୍ଷ ହିତାଧିକାରୀ e-KYC କରିନଥିବା ଏବଂ ସେମାନଙ୍କ ମଧ୍ୟରୁ କିଛି ଡେଡାଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ଏ ସମୟସୀମାକୁ ଆଉ ଥରେ ସଂପ୍ରସାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: କଲବଲ କରିବ ତାତି, ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା

ସେପଟେ କିନ୍ତୁ ଗ୍ରାଉଣ୍ଡରେ ରାସନ୍ କାର୍ଡକୁ ନେଇ ଏବେ ବି ଦ୍ବନ୍ଦ୍ବରେ ବହୁ ହିତାଧିକାରୀ। କାହାର କଟିବା ଦରକାର ଏବଂ କିଏ ସରେଣ୍ଡର କରିବା ଉଚିତ ସେ ପ୍ରଶ୍ନର ଉତ୍ତର ସାଧାରଣ ଖାଉଟି ପାଖରେ ଠିକରେ ପହଞ୍ଚି ପାରୁନି। ଫଳରେ ଅନେକ ନିଜକୁ ଯୋଗ୍ୟ ହିତାଧିକାରୀ ଭାବି ବି ସରକାରୀ ଅଧିକାରୀ କିମ୍ବା ଡିଲରଙ୍କ ତାଗିଦ ପରେ କାର୍ଡ ସରେଣ୍ଡର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ସେପଟେ ଠିକା କର୍ମଚାରୀ, ୧୦/୧୨ ହଜାର ଦରମା ଦରମା ପାଉଥିବା ଘରୋଇ କର୍ମଚାରୀ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନଥିବା ଆଜି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। କହିଛନ୍ତି, ଯେଉଁମାନେ IT ରିଟର୍ଣ୍ଣ ଦାଖଲ କରୁଛନ୍ତି, ୩୦/୪୦ ହଜାର ଦରମା ପାଉଛନ୍ତି, ସେମାନେ କାର୍ଡ ଫେରାନ୍ତୁ।

Advertisment

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧, ପରେ ଜାନୁଆରୀ ୧୫, ଏବଂ ତାପରେ ଜାନୁଆରୀ ୩୧ ଧାର୍ଯ୍ୟ କରାଯାଇଥିଲା। ଆଉ ଆଜି ଏହାକୁ ଚତୁର୍ଥ ଥର ଲାଗି ବୃଦ୍ଧି ହୋଇଛି।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ