ସୁଭଦ୍ରା ପରେ ଟେନସନ୍ ସାଜିଛି E-KYC । ଉପାନ୍ତ ଅଞ୍ଚଳ ତଥା ନେଟଓ୍ୱାର୍କ ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଛନ୍ତି ଲୋକେ । ଆମେ କହୁଛୁ ମାଲକାନଗିରି ବଣ୍ଡାଘାଟିର କଥା । ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ଏମାନେ କରି ପାରୁନାହାନ୍ତି E-KYC । ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ E-KYCରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି ।
ଅଧିକ ପଢ଼ନ୍ତୁ: ଆଜି 'ସୁଭଦ୍ରା ଶକ୍ତି ମେଳା' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, SHG ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ
Also Read
ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି । ଯାହାକି ରାଜ୍ୟରେ E-kyc କରିବାରେ ଶେଷ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି ମାଲକାନାଗିରି ।
ଏପଟେ ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନ ରହିବା, ଗାଁ ସହ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ ।