• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ କଟକଣା ଜାରି ହୋଇଛି। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର ରହିବ । କୌଣସି ଯାନବାହନ ଭୁବନେଶ୍ବର ବାଣୀବିହାର ପଟୁ ରୂପାଲୀ ଛକ ଆଡ଼କୁ ଯାଇପାରିବେ ନାହିଁ । ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ । ସିଆରପି ପଟୁ କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ସିଆରପି ଛକରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ ।

କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ । ସେହି ଗାଡ଼ିଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନ ଗୁଡ଼ିକ ଫାୟାର ଷ୍ଟେସନ୍ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ । ..

ସେହିଭଳି କଟକରେ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ । ସେହିଭଳି ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।

 

OTV is now on Whatsapp

Join and get latest news update delivered to you via whatsapp

Join Now