ରଥଯାତ୍ରା ଉପରେ ନଜର ରଖିବ ଡ୍ରୋନ । ସୁରକ୍ଷା ପାଇଁ ଡ୍ରୋନର ସହାୟତା ନିଆଯିବ । ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା । ଆଜି ରଥଯାତ୍ରା ସମ୍ପର୍କିତ ସ୍ୱତନ୍ତ୍ର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ରଥଯାତ୍ରା ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । କୁଇକ୍ ରେସପନ୍ସ ଟିମ୍ ଓ ଡ୍ରୋନର ସହାୟତା ନିଆଯିବ ବୋଲି ଡିଜିପି କହିଛନ୍ତି ।
ସମୁଦ୍ର ତଟରେ କୋଷ୍ଟ ଗାର୍ଡ ମୁତୟନ ହେବେ । ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ ଆମ୍ବୁଲାନ୍ସ ସହ ୨୬୫ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି । ୩୭୮ ଜଣ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ରହିବେ । AIIMSର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ବୋଲି ବୈଠକ ପରେ ସୂଚନା ଦିଆଯାଇଛି ।
Also Read
ଅଧିକ ପଢନ୍ତୁ: ରଥଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ, ରଥରେ ଚଢିଲେ ଗିରଫ ହେବେ
ସେପଟେ ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପୁରୀରେ ରଥଯାତ୍ରା ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପରିବହନ, ପରିମଳ, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା, ରେଳ ଚଳାଚଳ ଆଦି ପ୍ରସଙ୍ଗରେ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି. ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ପୁରୀ ଜିଲ୍ଲାର ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
- Reported by:
- MADHUSUDAN MISHRA