ସାରଥିଙ୍କୁ ନେଇ ପୁଣି ସୃଷ୍ଟି ହୋଇଛି ନୂଆ ବିବାଦ । ହାଇକୋର୍ଟଙ୍କ ରାୟକୁ ଫୁ କରି ଉଡେଇଦେଲେ ସାରଥୀ ଅନୁଗାମୀ । କୋରାପୁଟରୁ ପୁଣି ସାମ୍ନାକୁ ଆସିଲା ବିବାଦୀୟ ଚିତ୍ର । ସାରଥୀ ମୋହରେ ଶେଷ ସୀମା ଟପିଗଲେ ଭଣ୍ଡ ସାରଥୀର ଅନୁଗାମୀ । ସାରଥୀ ମୋହରେ କିମିଆ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଅପମାନ କରିବାକୁ ପଛାଇ ନାହାନ୍ତି ବିବାଦୀୟ ଭଣ୍ଡ ବାବାଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ।
ପୁଣି ମାତିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ ଦେଖିବାକୁ ମିଳିଛି ସାରଥି ସତ୍ସଙ୍ଗ ମନ୍ଦିର । ଏହି ମନ୍ଦିରରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।
Also Read
ଏପରିକି ସାରଥି ଓ ଜଗନ୍ନାଥ ଏକ ଏବଂ ଅଭିନ୍ନ ବୋଲି କହିବାକୁ ପଛେଇ ନାହାନ୍ତି କଥାକଥିତ ସାରଥୀ ବାବାଙ୍କ ଅନୁଗାମୀ । ଅପରପକ୍ଷେ ସାରଥି ଅନୁଗାମୀଙ୍କ ଏଭଳି ଉକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା
ଅନ୍ୟପଟେ ଗିରଫ ପରେ ବି ତୁଟୁନି ଭଣ୍ଡ ସାରଥି ମୋହ । ଏବେ ବି ମାନ୍ୟବରଙ୍କ ମାୟାରେ ବାୟା ଭକ୍ତ । ଆଜି ଦୋଳପୂର୍ଣ୍ଣିମାରେ ରାଜଧାନୀ ଭୁବନେଶ୍ୱର ଓ ଜୟପୁରରେ କିଛି ଅନୁଗତ ଭଣ୍ଡ ବାବା ସାରଥୀଙ୍କ ଲାଗି ସତ୍ସଙ୍ଗ ଆୟୋଜନ କରିଛନ୍ତି । ତା' ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋ ରଖି ପୂଜା କରିଥିବା ଦେଖାଯାଇଛି ।
ଅପରପକ୍ଷେ ରାଜଧାନୀର କାର୍ଗିଲ ବସ୍ତିରେ ଦୋଳ ପୂର୍ଣ୍ଣିମାରେ ସାରଥୀଙ୍କ ପାଇଁ ଉତ୍ସବ ଆୟୋଜନ ହୋଇଛି । ଅନୁଗାମୀଙ୍କ ଘରେ ସତସଙ୍ଗ ଆୟୋଜନ କରାଯାଇ ଥିବାବେଳେ ସାରଥୀ ଗାଇଥିବା ଭଜନର ତାଳେ ତାଳେ ଦୋଳ ଉତ୍ସବ ପାଳନ କରିଛନ୍ତି ଅନୁଗାମୀ । ଭଣ୍ଡ ସାରଥୀଙ୍କୁ ଭଗବାନ ଦର୍ଶାଇ ବିଭୋର ହୋଇ ଭଜନ କୀର୍ତ୍ତନ ଚଳାଇଛନ୍ତି ।
ସୂଚନାଯୋଗ୍ୟ , କେହି ଅନୁଗତ ଭଣ୍ଡ ସାରଥୀଙ୍କ ସତସଙ୍ଗ କରିପାରିବେନି ବୋଲି କୋର୍ଟଙ୍କ କଟକଣା ରହିଛି । ତଥାପି ଲୋକଙ୍କ ମନରୁ ସାରଥିଙ୍କ ମୋହ ଛାଡୁନି । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରି ନାଚି ନାଚି କୀର୍ତ୍ତନ କରୁଛନ୍ତି ସାରଥୀ ଭକ୍ତ । ପୂର୍ବରୁ ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାରଥୀଙ୍କ ଅନୁଗତ ତାଙ୍କର ପୂଜାର୍ଚ୍ଚନା କରୁଥିବାର ଦେଖଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ବାରିମୂଳାରେ କିଛି ଅନୁଗତ ଏକାଠି ହୋଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ହୋମ ଯଜ୍ଞ ମଧ୍ୟ କରିଥିଲେ ।
ସେହିପରି ପାରାଦୀପ ପିପ୍ପଳ ଗାଁରେ ନନ୍ଦୋତ୍ସବ ପାଳନ ଅବସରରେ ସିଂହାସନରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ଏହି ଅବସରରେ ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା ।