Advertisment

Modak Stolen: ଦୀଘାକୁ ଚାଲାଣ ହୋଇଛି କି ମହାପ୍ରଭୁଙ୍କ ମୋଦକ, ଗବେଷକଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ମହାପ୍ରଭୁଙ୍କ ପାଖରୁ ମୋଦକ ଲାଗି ହେବା ପରେ ଗାଏବ ହୋଇଥିଲେ ଅସୁବିଧା ନଥିଲା କିନ୍ତୁ ଅମୁଣିଆ ମୋଦକ ଗାଏବ ହୋଇଛି। ତେଣୁ ଏହାକୁ ଦୀଘାରେ ପୁଣି ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି।

ଅଦ୍ୟତନ ହୋଇଛି
modak

modak

Advertisment

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପୁଣି ଥରେ ଚର୍ଚ୍ଚାରେ ଦୀଘା। ଏହି ମୋଦକକୁ ଶ୍ରୀକ୍ଷେତ୍ରରୁ ଚୋରି କରି ଦୀଘାରେ ବ୍ୟବହାର କରାଯିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ। ମୋଦକ ଚୋରିରେ ଦୀଘା ଲିଙ୍କ୍ ଥିବା ନେଇ ସେ ଅଭିଯୋଗ ଆଣିଛନ୍ତି।

Advertisment

ଏହି ମୋଦକ ଦୀଘାକୁ ଚାଲି ଯାଇ ଥାଇପାରେ ବୋଲି ସେ କହିଛନ୍ତି। ଯେଉଁମାନେ ଦୀଘାରେ ବିଗ୍ରହ ବସାଇବାକୁ କାଠ ଚୋରି କରିଥିଲେ ସେମାନେ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ପାଖରୁ ମୋଦକ ଲାଗି ହେବା ପରେ ଗାଏବ ହୋଇଥିଲେ ଅସୁବିଧା ନଥିଲା, କିନ୍ତୁ ଅମୁଣିଆ ମୋଦକ ଗାଏବ ହୋଇଛି ତେଣୁ ଏହାକୁ ଦୀଘାରେ ପୁଣି ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି। ଅପରପକ୍ଷେ, ମହାପ୍ରଭୁଙ୍କ ନୀତିକାନ୍ତିରେ ଏହା ଏକ ବଡ ତ୍ରୁଟି ବୋଲି କହିଛନ୍ତି ବରିଷ୍ଠ ସେବାୟତ ଗଣେଶ ଗଣେଶ ମହାସୁଆର। ଏସବୁ ଅଭିଯୋଗ ନେଇ ଦଇତାପତି ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି

ଅଧିକ ପଢନ୍ତୁ: ଅଣସରରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତସେବା, କାଲି ଲାଗି ହେବ ଦଶମୂଳ ମୋଦକ

Advertisment

ମହାପ୍ରଭୁଙ୍କ ମୋଦକ ଚୋରାଇଲା କିଏ ? ଶ୍ରୀମନ୍ଦିର ଗାରଦ ଘରୁ କୁଆଡ଼େ ଗଲା ମୋଦକ? ଶ୍ରୀଜିଉଙ୍କ ପାଇଁ ଆସିଥିଲା ହେଲେ ଲାଗି ହେବା ପୂର୍ବରୁ ହିଁ ଚୋରି ହେଇଗଲା। ଆଉ ଶେଷରେ ମାରା ମୋଦକ ମହାପ୍ରଭୁଙ୍କୁ ଲାଗି ହେଲା। ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରାଜବୈଦ୍ୟ ୩୧୩ଟି ଅମୁଣିଆ ମୋଦକ ବଡ଼ ଠାକୁରଙ୍କ ପାଇଁ ପ୍ରସ୍ତୁତ କରିଥିଲେ। ଏହାକୁ କମାଣ୍ଡରଙ୍କ ସୁରକ୍ଷାରେ ଶ୍ରୀମନ୍ଦିରକୁ ଅଣାଯାଇ ଗାରଦ ଘରେ ରଖାଯାଇଥିଲା। ହେଲେ ଲାଗି ହେବା ପୂର୍ବରୁ ଏଥିରୁ ୭୦ଟି ମୋଦକ କମ୍ ଥିଲା। ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ଏତେ ସଂଖ୍ୟାରେ ମୋଦକକୁ ନେଲା କିଏ? ସବୁଠୁ ବଡ଼ କଥା ହେଉଛି, ବାକି ଥିବା ମାରା ମୋଦକ ଶ୍ରୀଜିଉଙ୍କ ପାଖରେ ଲାଗି ହୋଇଥିଲା। ମୋଦକ ଚୋରି ବାବଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏ ନେଇ ବାଡଗ୍ରାହୀ ଅଭିଯୋଗ କରିଥିବା ବେଳେ ତଦନ୍ତ ହୋଇଛି। ତେବେ ପ୍ରାରମ୍ଭିକ ରିପୋର୍ଟରେ ଏହି ଅଭିଯୋଗରେ କୌଣସି ସତ୍ୟତା ନଥିବା ପ୍ରକାଶ କରିଛନ୍ତି ଅରବିନ୍ଦ ପାଢୀ। ତେବେ ବୈଦ୍ୟ ସେବକ ଯେଉଁ ସମୟରେ ଅମୁଣିଆ ଦଶମୂଳ ମୋଦକକୁ ଗାରଦ ଗୃହକୁ ଆଣନ୍ତି ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଛୁଅନ୍ତି ନାହିଁ।

Advertisment

ଏହା ସହିତ ଅଧିକ ତଦନ୍ତ ଜାରି ରହିଛି। ସିସିଟିଭି ଭିଡିଓର ଅନୁଧ୍ୟାନ ପରେ ସବୁ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ଓ ଶ୍ରୀଜୀଉଙ୍କ ଗୁପ୍ତ ନୀତି ସମ୍ପର୍କରେ ଅଧିକ ଆଲୋଚନା କରିବା ସଠିକ ନୁହେଁ ବୋଲି କହିଛନ୍ତି ଅରବିନ୍ଦ ପାଢୀ।

ଅଧିକ ପଢନ୍ତୁ: ମହାପ୍ରଭୁଙ୍କୁ ଜ୍ୱର ହୋଇଛି

Ratha Yatra Shree Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ