Advertisment

Diarrhoea hits Navodaya Vidyalaya: ୧୨୨ରୁ ଅଧିକ ଆକାନ୍ତ, କାରଣ ଖୋଜୁଛି ମେଡିକାଲ୍‌ ଟିମ୍‌

ଖାତିଗୁଡାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଏଠାରେ ୫୦୬ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଗୁରୁବାର ସେଥିରୁ ୧୨୨ ଜଣ ଛାତ୍ରଛାତ୍ରୀ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ଅଦ୍ୟତନ ହୋଇଛି
Nabarangapur

Nabarangapur

Advertisment

ନବୋଦୟ ବିଦ୍ୟାଳୟରେ ବ୍ୟାପୁଛି ଝାଡ଼ାବାନ୍ତି! ଗତ ଦୁଇ ଦିନରେ ୧୨୨ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ହେଲେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ୁ ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିବାରେ ଲାଗିଛି।

Advertisment

ନବରଙ୍ଗପୁର ଖାତିଗୁଡାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଏଠାରେ ୫୦୬ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଗୁରୁବାର ସେଥିରୁ ୧୨୨ ଜଣ ଛାତ୍ରଛାତ୍ରୀ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ସଙ୍ଗେସଙ୍ଗେ ବିଦ୍ୟାଳୟରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ତେବେ ସେମାନଙ୍କ ଭିତରୁ ୯ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନେ ସୁସ୍ଥ ହୋଇ ସ୍କୁଲକୁ ଫେରିଥିବା ବେଳେ ଆଜି ଆଉ ୫ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରି’ ବଜେଟ୍‌ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଚଳିତ ବର୍ଷ ଦିଆଯିବ ୪୦ ହଜାର ନିଯୁକ୍ତି

Advertisment

ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ ନବୋଦୟ ବିଦ୍ୟାଳୟରେ ପହଞ୍ଚିଛି। ଆଉ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏପରିକି ପାଣି ଓ ଖାଦ୍ୟର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନବରଙ୍ଗପୁର ପଠାଇଛନ୍ତି। ବିଦ୍ୟାଳୟ ଚାରି ପାର୍ଶ୍ୱରେ ବ୍ଲିଚିଂ ପାୱଡର ପକାଇବା ସହିତ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦିଆଯାଇଛି।

ପ୍ରାଥମିକ ତଦନ୍ତରୁ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ପାନୀୟ ଜଳରେ ଜିରୋ ବ୍ଲିଚିଂ ଥିବା ସୂଚନା ମିଳିଛି। ତେଣୁ କେଉଁ ପରିସ୍ଥିତିରେ ଝାଡାବାନ୍ତି ବ୍ୟାପୁଛି, ତାହା ଜଣାପଡ଼ୁହିଁ। ତେଣୁ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜୁଛି ଡାକ୍ତରୀ ଟିମ। ସେପଟେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।

Advertisment

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ୨ରେ ଅନଲାଇନ୍‌, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌

ଜବାହର ନବୋଦୟ ବିଦ୍ୟାଳୟ ପ୍ରିନ୍ସପାଲ ରତ୍ନାକର ସାହୁ କହିଛନ୍ତି, ଗୁରୁବାର ପିଲାମାନଙ୍କୁ ଝାଡ଼ା-ବାନ୍ତି ହୋଇଥିଲା। ଏ ସମ୍ପର୍କରେ ଜାଣିବା ପରେ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ତେନ୍ତୁଳିଖୁଣ୍ଟି ମେଡିକାଲ୍‌ ଅଧିକାରୀଙ୍କୁ ଅନୁରୋଧ କରିଥିଲି। ଅନୁରୋଧ ରକ୍ଷା କରି ମେଡିକାଲ୍‌ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ପିଲାମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଝାଡ଼ାବାନ୍ତି ବ୍ୟାପିବାର କାରଣ କ’ଣ ଜଣାପଡ଼ୁ ନାହିଁ। ଆମେ ପିଏଚ୍‌ଡି ଜଳ ବ୍ୟବହାର କରୁଛୁ। ପାନୀୟ ପାଇଁ ଆକ୍ୱାଗାର୍ଡ ବ୍ୟବହାର କରୁଛୁ ବୋଲି ପ୍ରିନ୍ସପାଲ୍‌ କହିଛନ୍ତି।

Nabarangpur Diarrhoea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ