Advertisment

ବାଲିଗୁଡ଼ାରେ ଝାଡ଼ାବାନ୍ତି ଆତଙ୍କ, ୪ ଦିନରେ ଜଣେ ଗର୍ଭବତୀଙ୍କ ସହ ୯ ଜଣଙ୍କ ମୃତ୍ୟୁ !

ପୂର୍ବରୁ ମଧ୍ୟ ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଆଦି ଗାଁ ଗୁଡ଼ିକରେ ମଧ୍ୟ ଝାଡ଼ାବାନ୍ତି ଆକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Diarrhea Outbreak

Diarrhea Outbreak

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଂଚାୟତର ଦୁର୍ଗମ ଗାଁ ଗୁଡିକରେ ଲାଗି ରହିଥିବା ଝାଡ଼ାବାନ୍ତି ବର୍ତ୍ତମାନ ସୁଦ୍ଧା ଥମିବାର ନା ନେଉନାହିଁ । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ସବୁ ମୃତ୍ୟୁ ଗତ ୪ ଦିନ ମଧ୍ୟରେ ଘଟିଛି । ମୃତ୍ୟୁ ବରଣ କରିଥିବା ଗର୍ଭବତୀ ମହିଳା ଜଣକ କାଣିବାରୁ ଗାଁର ପୂର୍ତ୍ତି ମାଝୀ ବୋଲି ଜଣାପଡ଼ିଛି ।

Advertisment

ପୂର୍ବରୁ ମଧ୍ୟ ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଆଦି ଗାଁ ଗୁଡ଼ିକରେ ମଧ୍ୟ ଝାଡ଼ାବାନ୍ତି ଆକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି । ଏହି ସମସ୍ତ ଦୁର୍ଗମ ଗାଁ ଗୁଡ଼ିକରେ ମେଡିକାଲ ଟିମ୍‌ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ ମଧ୍ୟ ମୃତ୍ୟୁରେ କୌଣସି ରୋକ ଲାଗି ପାରିନି। ଅନ୍ୟପଟେ ଝାଡ଼ାବାନ୍ତି ଆକ୍ରାନ୍ତ ଗାଁ ଗୁଡ଼ିକରେ ଏବେ ସ୍ଥିତି ନିୟନ୍ତ୍ରଣ ଥିବା ସହ ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜର୍ଜ ଦିପକ ଦୁର୍ଗାଦତନ କହିଛନ୍ତି।

Diarrhea Unknown Disease
Advertisment
Advertisment