Advertisment

DG Conference: ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ...

ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ।

ଅଦ୍ୟତନ ହୋଇଛି
Ajit Doval

ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ

Advertisment

ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ସାମିଲ ହେବେ। ଆଜିଠୁ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଆଉ କିଛି ସମୟ ପରେ ଏହାର ଶୁଭାରମ୍ଭ ହେବ। ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଫରେନ୍ସରେ ଯୋଗ ଦେବେ।

Advertisment

ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ। ସମ୍ମିଳନୀରେ ଯୋଗଦେବାକୁ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ମଧ୍ୟ ପହଞ୍ଚି ସାରିଲେଣି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା।

ଅନ୍ୟପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସିବିଆଇ ନିର୍ଦ୍ଦେଶକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ଆସିଛନ୍ତି । ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜ୍ୟରୁ ଡେଲିଗେଟସ ଓଡ଼ିଶା ଆସୁଛନ୍ତି । ଏପର୍ଯ୍ୟନ୍ତ ତେଲେଙ୍ଗାନା, ଆସାମ, ପଣ୍ଡିଚେରୀ, ମିଜୋରାମ, ଉତ୍ତରାଖଣ୍ଡ ଡିଜିପି ଓଡ଼ିଶାରେ ପହଞ୍ଚି ସାରିଥିବା ସୂଚନା ମିଳିଛି । 

Advertisment

ଏହା ସହ ପଢ଼ନ୍ତୁ: PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେବେ । ସେହିପରି ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ । 

Advertisment

ତେବେ ଏହି ୩ ଦିନିଆ ସମ୍ମିଳୀରେ ଜାତୀୟ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ମାନସ ମନ୍ଥନ ହେବ । ଏଥିସହ ଯୁଗ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ରୋକିବା ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ହେଲା...

୧- ଆତଙ୍କବାଦ
୨-ମାଓବାଦ 
୩-ସାଇବର ସୁରକ୍ଷା
୪-ନିଶା କାରବାର ରୋକିବା
୫-ବେଆଇନ ଅନୁପ୍ରବେଶ  ଏବଂ ଶରଣାର୍ଥୀ 
୬-ମହିଳା ଅପରାଧ ନିୟନ୍ତ୍ରଣ
୭-ଊପକୂଳ ସୁରକ୍ଷା
୮-ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା
୯-ନୂଆ ଅପରାଧ ଆଇନର ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତା
୧୦-ଜେଲ ସଂସ୍କାର
୧୧-ପୋଲିସ ଆଧୁନିକୀକରଣ
୧୨-ଅପରାଧ ନିୟନ୍ତ୍ରଣରେ ଟେକ୍ନୋଲୋଜିର ବ୍ୟବହାର

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

Narendra Modi DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ