/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712850568.jpg)
Chadaka Mela
ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ନୀଳ ପର୍ବ। ବାବା ଚନ୍ଦନେଶ୍ୱରଙ୍କ ପୀଠରେ ସେଥିପାଇଁ ଭକ୍ତ ସମୁଦ୍ର। ଭକ୍ତିମୟ ପରିବେଶରେ ଉଲ୍ଲାସିତ ଆବାଳ ବୃଦ୍ଧବନିତା । ନୀଳ ପର୍ବରେ ସାମିଲ ହେବା ପାଇଁ କାହିଁ କେତେ ଆଡୁ ଭକ୍ତ ଧାଇଁ ଆସିଛନ୍ତି ବାବଙ୍କ ପାଖକୁ। ଯେଉଁ ହଳାହଳ ବିଷ ପାନ କରି ମହାଦେବ ନୀଳକଣ୍ଠ ହୋଇଥିଲେ ସେହି କିମ୍ବଦନ୍ତୀକୁ ଆଧାର କରି ପାଳିତ ହୋଇ ଆସୁଛି ଚନ୍ଦନେଶ୍ୱରର ପ୍ରସିଦ୍ଧ ଚଡ଼କ ମେଳା।
ଗତାକାଲି କାମିନା ବିବାହ ସଂପନ୍ନ ହେବାପରେ ଆଜି ଅନୁଷ୍ଠିତ ହେଉଛି ନୀଳପର୍ବ। ମନ୍ଦିର ବେଢା ଭିତରେ ଥିବା ନୀଳ ପୋଖରୀରେ ଆଜି ଅନୁଷ୍ଠିତ ହୋଇଛି ଏହି ପର୍ବ। ନୀଳ ପୋଖରୀରେ ସ୍ଥାପନ କରାଯାଇଥିବା ଶିବଶକ୍ତିଙ୍କ ପ୍ରତୀକ ସ୍ତମ୍ବିକାଠକୁ ପାଟଭକ୍ତା ଓ ଶ୍ରୀବେକେଡିଙ୍କ ନିର୍ଦ୍ଦେଶରେ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀରୁ ଉତ୍ଥାପନ କରିଥିଲେ । ବିଶ୍ୱାସ ରହିଛି ନୀଳ ପୋଖରୀରେ ସ୍ତମ୍ବିକାଠକୁ ସ୍ପର୍ଶ କରି ସ୍ନାନ କଲେ ବାବା ଚନ୍ଦନେଶ୍ୱରଙ୍କ ଆଶୀର୍ବାଦ ମିଳେ।
ଆଜି ଚଡ଼କ ଯାତ୍ରାର ଦ୍ୱିତୀୟ ଅର୍ଘ୍ୟ। ଏହି ଅର୍ଘ୍ୟ ପାଇବା ପାଇଁ ପଇତାଧାରୀ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ବିଳମ୍ବିତ ସଂଧ୍ୟାରେ ବାବାଙ୍କ ପୀଠରେ ଛିଞ୍ଚାଯିବ ଦ୍ୱିତୀୟ ଅର୍ଘ୍ୟ। ଆସନ୍ତାକାଲି ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ପାଟ ପର୍ବ। ଆସନ୍ତାକାଲି ଶେଷ ଅର୍ଘ୍ୟ ପ୍ରଦାନ ପରେ ଶେଷ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ଯାତ୍ରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)