Advertisment

Subhadra : ସମସ୍ତେ ପାଇବେ ସୁଭଦ୍ରା ! ହେବ ଡୋର ଟୁ ଡୋର ସର୍ଭେ...ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ବଞ୍ଚିତ ହେବେନି ଯୋଗ୍ୟ ହିତଧିକାରୀ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । କେୱାଇସି ଅପଡେଟ୍ ହୋଇଛି କି ନାହିଁ ଯାଂଚ ହେବ । ଅନ୍ୟାନ୍ୟ ଯାହା ଦରକାର ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
SUBHADRA UPDATE

SUBHADRA UPDATE

ଭୁବନେଶ୍ବର : ସୁଭଦ୍ରା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ତୃତୀୟ ପର୍ଯ୍ୟାୟ ରୁ ବଂଚିତ ହୋଇଥିବା 2 ଲକ୍ଷ 85 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ । 15 ଦିନ ଭିତରେ ଫିଲଡ଼ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଏଥିସହ ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ।ଏହା ସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଆବେଦନକାରୀ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏବେ 15 ହଜାର 984 ହିତାଧିକାରୀ ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ 1 ହଜାର 805 ଜଣ ଜୀବିତ ଥିବା ଜଣାପଡିଛି। ଏମାନଙ୍କୁ ମଧ୍ୟ ସାମିଲ କରାଯିବ ।

Advertisment

ଅନ୍ୟପଟେ 36 ହଜାର 702 ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଥିବା ବେଳେ 21 ହଜାର 35 ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଛନ୍ଥିତି। ଏଥିସହ 1 ଲକ୍ଷ 33 ହଜାର 691 ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି। ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନ କରାଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ପରବର୍ତ୍ତି ସମୟରେ ଘୋଷଣା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 

ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି ସମୀକ୍ଷା କରାଯାଇଛି। ସବୁ ବିଭାଗର ଅଧିକାରୀ ମାନଙ୍କୁ ଡାକି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ତି କଟିଯାଇଛି ଏକାବେଳେ ସେମାନଙ୍କୁ ଦୁଇଟି କିସ୍ତିରେ ଟଙ୍କା ଦିଆଯିବ। ତେଣୁ ଏଭଳି ଅନେକ ଅଭିଯୋଗ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଏଥିରେ ବିଚଳିତ ହେବାର କିଛି ନାହିଁ। ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ... 

Advertisment
Odisha News Odisha Subhadra
Advertisment
Related Articles
Advertisment