Advertisment

ପାତ୍ରପଡା ରଜ ପଡିଆରେ ଜାପାନର ମିୟାଓ୍ୱାକି ଷ୍ଟାଇଲ୍‌ରେ ହେବ ‘ନଗର ବନ’

ଭୁବନେଶ୍ବରକୁ ସବୁଜ ସୁନ୍ଦର ରଖିବାକୁ ନୂଆ ପ୍ରୟାସ । ଜାପାନର ମିୟାୱାକି ପଦ୍ଧତିରେ ସୃଷ୍ଟି ହେବ ଘଂଚ ଜଙ୍ଗଲ।

author-image
Satyendu Shekher Mishra
Nagar bana

Nagar bana

ରାଜଧାନୀରେ ସୃଷ୍ଟି କରାଯିବ ଘଂଚ ଜଙ୍ଗଲ। ଜାପାନର ମିୟାଓ୍ବାକି ପଦ୍ଧତିରେ ସୃଷ୍ଟି ହେବ ନଗର ବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମା' ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ବରକୁ ସବୁଜ ଓ ସୁନ୍ଦର ସହରରେ ପରିଣତ କରିବାକୁ ବିଏମସି ଓ ନଗର ବନଖଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ପାତ୍ରପଡା ରଜ ପଡିଆଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼କ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଥିବା ୯ଟି ସ୍ଥାନରେ କରାଯିବ ଏଭଳି ଘଂଚ ଜଙ୍ଗଲ।

Advertisment

ଜାପାନରେ ବ୍ୟବହାର କରାଯାଉଥିବା ମିୟାୱାକି ଏକ ସ୍ବତନ୍ତ୍ର ପଦ୍ଧତି। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛୋଟରୁ ବଡ଼ ଯାଏ ବିଭିନ୍ନ ଧରଣର ଗଛ ଲଗାଯାଏ। ଯାହାଫଳରେ ଏକ ଘଂଚ ବନାନୀ ସୃଷ୍ଟି ହୋଇପାରିବ। ଏବଂ ସବୁ ଗଛକୁ ମାଟିର ଗଭୀରରୁ ଆବଶ୍ୟକ ପରିମାଣର ଉପାଦାନ ସହ ସୂର୍ଯ୍ୟକିରଣ ବି ମିଳିପାରିବ। ସହରାଞ୍ଚଳର ସ୍ୱଳ୍ପ ଜାଗାରେ ଏହି ପଦ୍ଧତି ଦ୍ବାରା ତିଆରି କରାଯାଇପାରିବ ଘଂଚ ଜଙ୍ଗଲ।

Advertisment
Advertisment