• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁରୀରେ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଉଠିଲା ୪ ଦ୍ୱାର ଖୋଲିବା ପ୍ରସଙ୍ଗ । ରଥଯାତ୍ରା ପୂର୍ବରୁ ୪ ଦ୍ୱାର ଖୋଲିବାକୁ ଦାବି କଲେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ଏପରିକି ୪ ଦ୍ୱାର ନ ଖୋଲିଲେ ଆମରଣ ଅନଶନ ଚେତାବନୀ ମଧ୍ୟ ଦେଇଛନ୍ତି ଦାମୋଦର । ସେହିଭଳି ପୋଲିସ ଟଙ୍କା ନେଇ ଦର୍ଶନ କରାଉଥିବା ଅଭିଯୋଗ ବି ଆଣିଛନ୍ତି ଦାମୋଦର ମହାସୁଆର ।

ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆଜି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିଥିଲା । ଏବର୍ଷ କିପରି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହ ଘୋଷଯାତ୍ରା କରାଯିବ, ତା ଉପରେ ଆଲୋଚନା ହୋଇଥିଲା। ଏଥିସହ ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ ବି ବୈଠକରେ ଉଠିଥିଲା। ପରିକ୍ରମା ପ୍ରକଳ୍ପ ଶେଷ ପରେ ଚାରିଦୁଆର ଖୋଲିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ତାହା ଏଯାଏଁ ହୋଇପାରିନାହିଁ । ରଥଯାତ୍ରା ପୂର୍ବରୁ ଚାରିଦ୍ୱାର ଖୋଲିବାକୁ ଦାମୋଦର ମହାସୁଆର ଦାବି କରିଛନ୍ତି।

ସୂଚନା ଅନୁସାରେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ରହିଛି ଚାରି ଦ୍ୱାର । ଯାହାକି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଭାବେ ମଧ୍ୟ ବିଶ୍ୱାସ ରହିଛି । କିନ୍ତୁ କୋଭିଡ୍‌ ମହାମାରୀଠୁ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉଛି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଡହଡହ ଖରା ହେଉ କି ଢ଼ୁ ଢ଼ୁ ବର୍ଷା । ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉନଥିବାରୁ ପ୍ରଚଣ୍ଡ ଖରାରେ ଆଉଟ ପାଉଟ ହେଉଛନ୍ତି ଶ୍ରଦ୍ଧାଳୁ। ବେଶ୍‌ କିଛି ଦିନ ଧରି ଭକ୍ତ, ସେବାୟତ, ପୁରୀ ବାସିନ୍ଦା ସମସ୍ତେ ଏ ଦାବିକୁ ଶାଣିତ କରି ଆସୁଥିବାବେଳେ ପ୍ରଶାସନ କିନ୍ତୁ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।

ତେବେ ପୂର୍ବରୁ ଏନେଇ ବାରମ୍ବାର ଆପତ୍ତି ଉଠାଇବା ପରେ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ଜଗନ୍ନାଇ ସାରକା । ସେ କହିଥିଲେ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ସରକାର ଏହାକୁ ନେଇ ବିଚାର କରୁଛନ୍ତି । ଶ୍ରୀମନ୍ଦିର ଚାରିପାଖ କାମ ସରିବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟେ ସେ ଆହୁରି ମଧ୍ୟ କହିଥିଲେ ଯେ, ମନ୍ଦିର ଓ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେବେ । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ୍‌ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲାଯାଉନି ।