Advertisment

Dear DR Book: ଶିଳ୍ପପତିଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ, ‘ଡିଅର୍‌ ଡିଆର୍‌’ ପୁସ୍ତକରେ ବଡ ଖୁଲାସା

ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍‌ ଡିଆର୍‌’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ।

undefined

Dear DR

Advertisment

ଶିଳ୍ପପତି ଡି.ଆର୍‌ ପଟ୍ଟନାୟକଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ? ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍‌ ଡିଆର୍‌’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ। ତେବେ ପ୍ରତିକ୍ରିୟାରେ ଦୀପ୍ତିରଞ୍ଜନଙ୍କ ସାନଭାଇ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବହିରେ ଯାହା ବାହାରେ, ସବୁ ସତ ବୋଲି କହିବା ଠିକ୍‌ ନୁହେଁ।

Advertisment

ଅଧିକ ପଢ଼ନ୍ତୁ: ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ପ୍ରଥମ ଡି.ଆର୍ ମାନେ ଖଣିମାଲିକ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତିରଂଜନ ପଟ୍ଟନାୟକ। ଦ୍ବିତୀୟ ଡିଆର୍ ମାନେ. ବିଶିଷ୍ଟ ହୋଟେଲ୍ ବ୍ୟବସାୟୀ ତଥା ରାଜନେତା ଦିଲ୍ଲୀପ ରାୟ। ଦୀପ୍ତିରଞ୍ଜନଙ୍କ ଜୀବନୀ ପୁସ୍ତକ ଡିଅର୍ ଡିଆର୍, ଏଭଳି ଦିଗକୁ ସ୍ପଷ୍ଟ ଇଙ୍ଗିତ କରୁଛି। ପୁସ୍ତକର ନକଲି ମୁଖା-ଅସଲି ଚେହେରା ଶୀର୍ଷକ ଅଧ୍ୟାୟର ଅବତାରଣା ଅନୁଯାୟୀ, ବ୍ୟବସାୟରୁ ଅଂଶଧନ ପାଇବାର ଆଶା ଏବଂ ଧାରକରଜରେ ଥିବା ଦିଲ୍ଲୀପଙ୍କୁ ସହାୟତା ପାଇଁ ତାଙ୍କୁ ପ୍ରଥମେ 200 କୋଟି ଟଙ୍କା ଦେଇଥିଲେ। ଯାହାର ବିନିଯୋଗରେ ଦିଲୀପ ରାୟ ଗୋପାଳପୁରରେ ମେ ଫେୟାର ହୋଟେଲ କଲେ। ହୋଟେଲ ଡି ଆରଙ୍କୁ ଦେବେ କହିଲେ, କିନ୍ତୁ ପରେ ନିଜ ପୁଅ ପାଇଁ ରଖିଦେଲେ। ପୁଣି ରାୟ ପ୍ରସ୍ତାବ ଦେଲେ ରାୟପୁର ହୋଟେଲରୁ ଅଂଶ ଦେବେ। ଡିଆର ଏଥି ନେଇ ଆଉ 100 କୋଟି ଟଙ୍କା ଦେଲେ। ହେଲେ ରାୟ ଚତୁରତାର ସହ ହୋଟେଲର ସେୟାର ବା ଅଂଶଧନ ନଦେଇ କେବଳ ଡିଆରଙ୍କୁ କମ୍ପାନୀ ବୋର୍ଡର ଜଣେ ଡାଇରେକ୍ଟର କରିଦେଲେ। ସେଥିପାଇଁ 2014 ନିର୍ବାଚନରେ ରାଉରେକଲାରୁ ଦିଲ୍ଲୀପ ରାୟ ଲଢ଼ିବା ପାଇଁ ସେ ଯେଭଳି ସାହାଯ୍ୟ କରିଥିଲେ 2024ରେ ତାହା କରିନଥିଲେ।

ପୁସ୍ତକର ଅବତାରଣା ଅନୁଯାୟୀ, ଡିଆର କୁହନ୍ତି ରାୟ କିଛି ଅର୍ଥ ଫେରାଇଥିଲେ ବି ଆହୁରି 300 କୋଟି ଟଙ୍କା ଫେରାଇ ନାହାନ୍ତି। ତେବେ ବାସ୍ତବରେ ଏସବୁ ସତ୍ୟତା କେତେ ? ଏନେଇ ଜାଣିବାକୁ ଦିଲ୍ଲୀପ ରାୟଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

Advertisment

ଖାଲି ନକଲି ମୁଖା- ଅସଲି ଚେହେରା ନୁହେଁ ପୁସ୍ତକର ବିରାଡ଼ି କପାଳକୁ ଶିକା ଛିଡ଼ିଲା ଅଧ୍ୟାୟକୁ ନେଇ ବି ହଟଚମଟ। କାରଣ ଏଥିରେ ବିଜେଡି ସରକାର ସମୟର ନମ୍ବର-ଟୁ ପାଣ୍ଡିଆନଙ୍କ ସଂପର୍କରେ ଉଲ୍ଲେଖ ସହ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବଡ଼ ଭାଇ ଦିପ୍ତୀରଞ୍ଜନଙ୍କ ପାରିବାରିକ ସଂପର୍କର ପଞ୍ଚ୍ ବି ରହିଛି। କେଉଁଭଳି ସ୍ଥିତିରେ ପାଣ୍ଡିଆନଙ୍କ ସର୍ତ୍ତ ଅନୁଯାୟୀ ସୌମ୍ୟଙ୍କ ମାଲିକାନାରେ ଥିବା ଖବରକାଗଜ ସଂସ୍ଥାକୁ ବଞ୍ଚାଇବାକୁ ଡିଆର୍ ଦେଢଶହ କୋଟି ଟଙ୍କା ଦେଇ ସଂପୃକ୍ତ ସଂସ୍ଥାର 51 ପ୍ରତିଶତ ଭାଗିଦାରୀ ନେଲେ ଏବଂ ସଂସ୍ଥାକୁ ସଂକଟରୁ ଉଦ୍ଧାର କରିବା ପରେ, ପରବର୍ତ୍ତୀ ସମୟରେ ବିଜେଡି କ୍ଷମତାରୁ ଯିବା ପରେ ସ୍ଥିତି କେମିତି ପଲଟିଗଲା ଏବଂ ସୌମ୍ୟରଞ୍ଜନଙ୍କ ପୁତ୍ରସମ ବନ୍ଧୁଙ୍କ ପରାମର୍ଶରେ ଡି.ଆରଙ୍କୁ ଅଧ୍ୟକ୍ଷ ପଦରୁ ଛାଡିବାକୁ ବାଧ୍ୟ କରାଗଲା, ତାହା ବି ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ: ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ପୁସ୍ତକର ଅବତାରଣା ଅନୁଯାୟୀ, ଡିଆର ସମ୍ବାଦ ଛାଡ଼ିଦେଲେ, କିନ୍ତୁ ସର୍ତ୍ତ ରହିଲା ତାଙ୍କର ଦେଇଥିବା ଅର୍ଥ ଫେରସ୍ତ ନ କରିବା ଯାଏ ସେ କାଗଜପତ୍ର ହସ୍ତାନ୍ତର କରିବେ ନାହିଁ। ଏଭଳି ଅବସ୍ଥାରେ ବର୍ତ୍ତମାନ ଇଷ୍ଟର୍ନ ମିଡିଆ ଲିମିଟେଡ୍ ବୋଲି ଲେଖାଯାଛି। କେବଳ ସେତିକି ନୁହେଁ ସମ୍ବାଦକୁ 1 ନମ୍ବର କରିବାରେ ତିନିଜଣଙ୍କ ଅବଦାନ ଥିବା ଉଲ୍ଲେଖ ସହ ସୌମ୍ୟରଞ୍ଜନ ସେକଥା ଭୁଲିଯାଇଛନ୍ତି ବା ଜାଣି ମଧ୍ୟ କିଛି କରିପାରୁନାହାନ୍ତି ବୋଲି ଲେଖାଯାଇଛି। ତେଣୁ ସୌମ୍ୟଙ୍କ ସେ ପୁତ୍ରସମ ବନ୍ଧୁ କିଏ, ଯାହାଙ୍କ ପରାମର୍ଶରେ ତାଙ୍କୁ ତାଙ୍କ ସଂସ୍ଥାରୁ ଆଉଟ୍ ହେବାକୁ ପଡ଼ିଲା, ତାକୁ ନେଇ ଚର୍ଚ୍ଚା। ଏନେଇ ସୌମ୍ୟରଞ୍ଜନ କହିଛନ୍ତି ଜୀବନୀ ପୁସ୍ତକରେ ଯାହା ଥାଏ, ସବୁ ସତ ନୁହେଁ। ଅପରପକ୍ଷେ ବହି ସଂପର୍କରେ ପାଣ୍ଡିଆନ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିଲା ‘ସ୍ପାଇଡର୍ ସତୀଶ୍’

Dilip Ray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ