Advertisment

ନୀରବି ଗଲା ଶାଣିତ ସ୍ବର; ଆଉ ଶୁଣିବାକୁ ମିଳିବନି ଦାମ୍ଭିକ ବାଣୀ, ପରପାରିକୁ ଚାଲିଗଲେ ସସସ୍ତଙ୍କ ପ୍ରିୟ ଦାମ ବାବୁ...

ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।

author-image
Sujit kumar Swain
undefined

Damodar Rout passes away

ଆଉ ଶୁଭିବନି ସେହି ଶାଣିତ ସ୍ବର, ବୋଧହୁଏ ଆଉ ଦେଖିବାକୁ ମିଳିବନି ଦ୍ବିତୀୟ ସ୍ପଷ୍ଟବାଦୀ ନେତା । କ୍ଷମତା ରାଜନୀତିରେ ସିଦ୍ଧହସ୍ତ ତଥା ବିଚକ୍ଷଣ ନେତାଙ୍କୁ ଆଜି ହରାଇଛି ଓଡ଼ିଶା। ଯାହାଙ୍କ ବିୟୋଗରେ କିଏ କହୁଛନ୍ତି, ଭାଇ ଓ ଗୁରୁଙ୍କୁ ହରାଇଛି ତ ଆଉ କିଏ କହୁଛନ୍ତି ଧୋତିପିନ୍ଧା ନେତାଙ୍କ ଯୁଗର ଅବସାନ ଘଟିଛି। ୮୩ ବର୍ଷ ବୟସରେ ଆଜି ପରଲୋକ ଘଟିଛି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କର। ଯାହାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

Advertisment

ମୁହଁଖୋର ଥିଲା ତାଙ୍କ ତୁଣ୍ଡ...ଯାହା କହୁଥିଲେ ରୋକଠୋକ...ନା ଦଳୀୟ ସୁପ୍ରିମୋଙ୍କୁ ଛାଡୁଥିଲେ ନା ସାମ୍ବାଦିକଙ୍କ ପ୍ରଶ୍ନରେ ଘାଇଲା ହେଉଥିଲେ...ଯାହାକୁ ବି କହିଦେଉଥିଲେ ମୁହଁରେ ମୁହଁରେ...ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।

ଆଜି ପରିବାରରେ ଛାଇଯାଇଛି ଶୂନ୍ୟତା...ଶୋକାକୂଳ ସନ୍ତାନ ସନ୍ତତି...ଲୁହ ଛଳଛଳ ଆତ୍ମୀୟ ସ୍ବଜନ...ଶୂନ୍ୟ ହୋଇଯାଇଛି ଦାମଙ୍କ ଆସନ...ଲୁହ ଝରାଉଛି ଦାମୋଦରଙ୍କ ପରିବାରର ସଦସ୍ୟ ବନିଯାଇଥିବା କୁକୁର ଜ୍ୟାକ୍...ଝୁରୁଛି ତାର ପ୍ରିୟ ମଣିଷଙ୍କୁ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜୀବନ ଦୀପ ଲିଭିଯାଇଛି ଡାକ୍ତର ରାଉତଙ୍କର । ଦୀର୍ଘଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିଲେ ସେ । ଶେଷରେ ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ହୋଇଛି।

Advertisment

ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ। ୧୯୪୨ରେ ଜନ୍ମିତ ଡାକ୍ତର ରାଉତ ବନିଥିଲେ ସାତ ସାତ ଥର ବିଧାୟକ। ମନ୍ତ୍ରୀ ହୋଇଥିଲେ ବହୁବାର। ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଦାମ ରାଉତ ୧୯୭୭ରେ ପ୍ରଥମ ଥର ପାଇଁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇ ବାଲିକୁଦା-ଏରସମା ବିଧାୟକ ହୋଇଥିଲେ । ୧୯୮୦ରେ ଚୌଧୁରୀ ଚରଣ ସିଂଙ୍କ ଜନତା ପାର୍ଟି ସେକୁଲାରରୁ ଦ୍ୱିତୀୟ ଥର ଆସିଥିଲେ ବିଧାନସଭାକୁ । ୧୯୯୫ରେ କିନ୍ତୁ ତାଙ୍କୁ ଭୋଗିବାକୁ ପଡ଼ିଥିଲା ପରାଜୟ। ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ଲଗାତର ନିର୍ବାଚିତ ହୋଇଥିବା ଡାକ୍ତର ରାଉତ ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ବାଜି ମାରିଥିଲେ। ୨୦୧୭ରେ ଦାମଙ୍କୁ କିନ୍ତୁ ବିଜେଡି ବହିଷ୍କାର କରିବାରୁ ମାର୍ଚ୍ଚ ୨୦୧୯ରେ ବିଜେପିରେ ମିଶିଥିଲେ ଆଉ ବାଲିକୁଦାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଗତ ଜାନୁଆରୀରେ ଦାମଙ୍କ ଉପରୁ ବିଜେଡି ବହିଷ୍କାର ଆଦେଶ ଉଠାଇଥିଲା।

ଦୀର୍ଘ ୮ ଦଶନ୍ଧୀ ଧରି ରାଜ୍ୟ ରାଜନୀତିରେ ଲମ୍ବା ଅଭିଜ୍ଞତା ହାସଲ କରିଥିବା ଦାମଙ୍କ ମରଶରୀରକୁ ପୂର୍ବାହ୍ନରେ ପ୍ରଥମେ ବିଧାନସଭା ଓ ପରେ ନିଆଯାଇଥିଲା ଶଙ୍ଖଭବନ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ, ମଣିଜଙ୍ଗା, ରାହାମା, କୁଜଙ୍ଗ ଏବଂ ଏରସମା ସ୍ଥିତ ଜନ୍ମସ୍ଥାନ ନୂଆଢ଼ିଇ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପୁର ଗାଁରୁ ପୁରୀ ଅଭିମୁଖେ ନିଆଯାଇଥିଲା ମରଶରୀରକୁ। ପ୍ରତ୍ୟେକ ସ୍ଥାନରେ ସ୍ବର୍ଗତ ଦାମଙ୍କୁ ଦିଆଯାଇଥିଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। 

ଦାମଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। 

Damodar Rout
Advertisment
Advertisment