/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729838808.jpg)
Cyclone Dana
ବାତ୍ୟା 'ଦାନା' କୋଳରେ ପୃଥିବୀ ଦେଖିଲା ନବଜାତ । ରାଜ୍ୟରେ ଜନ୍ମ ନେଲେ ୧୬ ଶହ ଶିଶୁ । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ମୋଟ ୪ ହଜାର ୪ ୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୬୦୦ ମହିଳା ଗର୍ଭଦାନ କରି ସୁରକ୍ଷିତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Advertisment
ସେପଟେ ବାତ୍ୟା ‘ଦାନା’ ସମୟରେ ଭଦ୍ରକ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପ୍ରସବ ପରେ ମେଡ଼ିକାଲ ପକ୍ଷରୁ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଡେଲିଭରି ପାଇଁ ଆଗୁଆ ଧୂଷୁରୀ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ମହିଳା । ଗର୍ଭବତୀ ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ପରିବାର ଲୋକେ ବହୁତ ଖୁସି ଅଛନ୍ତି । ପୁଅ ବଡ଼ ହେଲେ ବାପା ମାଙ୍କ ମୁହଁରେ ଦାନା ଦେବ। ସେଥିପାଇଁ ପରିବାର ଲୋକେ ପିଲାର ନାଁ 'ଦାନା' ରଖିବେ ବୋଲି କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)