Advertisment

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଗତ ୨୬ତାରିଖରେ ମଧ୍ୟ ଏପରି ୩୦ କେଜି ସୁନା, ୨୦୦କେଜି ରୂପା CT GST ଧରିଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
CT GST Seized 20 kg Gold From Indigo Flight in Bhubaneswar Airport

Gold Seized

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT GST । ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରା ଉଚୁରା କରୁଛି CT GST । ୨୦ କେଜି ସୁନାରୁ ୧୬ କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪ କେଜି ସୁନାର ହିସାବ ମେଳ ଖାଉନାହିଁ । ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚୁରା କରାଯାଉଛି । ଇନ୍‌ଭଏସ, ଡେଲିଭରି ସାର୍ଟିଫିକେଟ ମେଳ ଖାଉନଥିବା ବ୍ୟବସାୟୀଙ୍କୁ ପଚରା ଉଚୁରା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସୁନା କିଣୁଥିଲେ ସାବଧାନ, ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଗତ ୨୬ତାରିଖରେ ମଧ୍ୟ ଏପରି ୩୦ କେଜି ସୁନା, ୨୦୦କେଜି ରୂପା CT GST ଧରିଥିଲା। ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରିଥିଲେ। ଏନେଇ ଏବେ ବି ତଦନ୍ତ ଜାରି ରହିଛି। ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି। ଏହା ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡ଼ିଛି ।

Bhubaneswar Airport Gold Seized
Advertisment
Advertisment