Advertisment

୨ ଜଣଙ୍କୁ ନୂଆ ଜୀବନ ଦେଲେ CRPF ଯବାନ, ବ୍ରେନ ଡେଡ୍ ପରେ ଦାନ କଲେ ହାର୍ଟ ଓ ଲିଭର

ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର।

author-image
Santosh Kumar Sahoo
undefined

Organ Donation

ଦିନେ ଦେଶ ପାଇଁ ପ୍ରାଣବଳୀ ଦେବାକୁ ଶପଥ ନେଇଥିଲେ ଆଉ ଏବେ ଅଙ୍ଗ ଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଗଲେ ଆମେ କହୁଛୁ, ଖୋର୍ଦ୍ଧା ସାରୁଅର ୪୮ ବର୍ଷୀୟ ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇଙ୍କ କଥା । ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ କୃଷ୍ଣଚନ୍ଦ୍ର। ନିୟମିତ ଡାଏଲିସିସ୍ ଚାଲିଥିଲା । ହେଲେ ଗତ ୨୦ ତାରିଖରେ ହଠାତ୍ ମସ୍ତିଷ୍କରୁ ରକ୍ତସ୍ରାବ ହେଲା । ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। କିନ୍ତୁ ସେଠି ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। ତତ୍କାଳ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଦାନ କରି ଅନ୍ୟ କାହାରି ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ହାର୍ଟ ଓ ଲିଭର, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବାହାର କରାଯାଇ, ହୃତପିଣ୍ଡକୁ କୋଲକାତାର ଟାଟା ମେଡିକାଲ ଓ ଯକୃତକୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲର ଜଣେ ଲେଖାଏଁ ରୋଗୀଙ୍କଠାରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି ।

Advertisment

ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର। ପତ୍ନୀଙ୍କ ସହ ୨୦ ବର୍ଷର ପୁଅ ଓ ୯ ବର୍ଷର ଝିଅ ଏବଂ ବନ୍ଧୁବାନ୍ଧବ। ସମସ୍ତଙ୍କ ଆଖିରେ ଥିଲା ଲୁହ ଧାର। କୃଷ୍ଣଚନ୍ଦ୍ରଙ୍କ ପୁଅ କହନ୍ତି, ବାପା ଜଣେ ଯବାନ ଥିଲେ। ଯଦି ତାଙ୍କ ବ୍ରେନ ଡେଡ୍ ହେବାକୁ ଯାଉଛି ବୋଲି ଜାଣିଥାନ୍ତେ, ନିଶ୍ଚୟ ଅଙ୍ଗ ଦାନ କରିବାକୁ ନିଜେ କହିଥାନ୍ତେ। ତେବେ ତାଙ୍କ ବାପାଙ୍କ ହୃତପିଣ୍ଡ ଅନ୍ୟ କାହା ଶରୀରରେ ଚାଲିବ ସେ କଥା ଶୁଣି ଆନନ୍ଦ ଲାଗୁଛି।

ଅଙ୍ଗଦାନକୁ ଏବେ ମହତଦାନ ଭାବେ ବିବେଚନା କଲେଣି ଲୋକେ। ଗତ ୩ ତାରିଖରେ ଭୁବନେଶ୍ୱର କଳ୍ପନା ଛକ ଅଞ୍ଚଳର ଜଣେ ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ସାହୁର ବ୍ରେନ ଡେଡ୍ ହେବା ପରେ ପୁଅର ୮ଟି ଅଙ୍ଗ ଦାନ କରିଥିଲେ ପରିବାର ଲୋକେ। ସେମିତି ଏଇ ମାସ ପହିଲାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ନୟାକୋର୍ଟ ଗାଁର, ଯୁକ୍ତ ଦୁଇ ଛାତ୍ର ଓମ୍ ଶିବୁ ଓ ମୟୂରଭଞ୍ଜ ଯଦୁନାଥପୁର ଗାଁର ରାଜେନ୍ଦ୍ର ସିଂ ନାମକ ଜଣେ ଛାତ୍ରଙ୍କ ଅକାଳ ବିୟୋଗ ପରେ ସେମାନଙ୍କର ୨ଟି ଯାକ କିଡନୀ ଓ ଗୋଟିଏ ଆଖି ଅନ୍ୟ ପ୍ରତ୍ୟାରୋପଣ କରାଯାଇଛି। ଯେହେତୁ ଅଙ୍ଗଦାନକାରୀଙ୍କୁ ମୃତ୍ୟୁ ପରେ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନର ପ୍ରାବଧାନ କରିଛନ୍ତି। ତେଣୁ ଏଥିପ୍ରତି ଅନେକ ଆଗ୍ରହ ପ୍ରକାଶ କଲେଣି।

Advertisment
Organ Donation CRPF Jawans
Advertisment
Advertisment