Advertisment

ସ୍ୱର୍ଗଦ୍ୱାରରେ ଲାଗୁ ହେବ ନୂଆ ବ୍ୟବସ୍ଥା, କାଠ ବଦଳରେ ଗୋବର ଘଷିରେ ହେବ ଶବଦାହ

ସ୍ୱର୍ଗଦ୍ୱାରରେ ଶବଦାହରେ ଲାଗୁ ହେବ ନୂଆ ବ୍ୟବସ୍ଥା। କାଠ ବଦଳରେ ଗୋବର ଘସି କାଠରେ ହେବ ଶବ ଦାହ। ଏମିତି କିଛି ଯୋଜନା କରି ବ୍ଲୁପ୍ରିଣ୍ଟ ତିଆରି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ।

author-image
Santosh Kumar Sahoo
undefined

Swargadwar

କାଠ ନୁହେଁ ସ୍ବର୍ଗଦ୍ବାରରେ ଗୋବର ଘଷିରେ ହେବ ଶବ ଦାହ । ଧୀରେ ଧୀରେ ରାଜ୍ୟର ଅନ୍ୟ ଶ୍ମଶାନରେ ବି ଲାଗୁ ହେବ ଏ ବ୍ୟବସ୍ଥା । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏମିତିକି ଏ ଦିଗରେ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି- ଏହା ଦ୍ୱାରା ଗଛ ବଞ୍ଚିବ, ପରିବେଶ ସୁରକ୍ଷା ହେବ, ଦାହ ଖର୍ଚ୍ଚ କମିବା ସହ ସହ ଗୋପାଳନ ଓ ଗୋସୁରକ୍ଷା ପ୍ରତି ଉତ୍ସାହ ବଢ଼ିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଗୋଶାଳା ଗୁଡିକକୁ ଗୋବରରୁ ଗୋବର କାଠ ତିଆରି ମେସିନ ଯୋଗାଇ ଦିଆଯିବ । ତେବେ ଏ ବ୍ୟବସ୍ଥା କିଭଳି ଗ୍ରହଣୀୟ ହେବ ସେ ନେଇ ଖୁବଶୀଘ୍ର ପୁରୀ ସ୍ୱର୍ଗଦ୍ୱାର ପରିଚାଳନା କମିଟି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳାମାନଙ୍କ ସହ ଆଲୋଚନା କରାଯିବ ।

Advertisment

ତେଣେ ସ୍ବର୍ଗଦ୍ବାରରେ ଘଷିରେ ଶବଦାହକୁ ନେଇ ବିଭିନ୍ନ ମହଲରୁ ଆସିଲାଣି ମିଶ୍ର ପ୍ରତିକ୍ରିୟା । ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଏହା ଉପରେ ଅସହମତି ପ୍ରକାଶ କରିଥିବା ବେଳେ ଅନେକ କିଛି ବର୍ଗ ସ୍ୱାଗତ ବି କରିଛନ୍ତି । ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ହିନ୍ଦୁ ପରମ୍ପରାରେ ଶବଦାହ କାଠରେ କରାଯିବା ବିଧି ରହିଛି । ସେମିତି ବରିଷ୍ଠ ସେବାୟତଙ୍କ ମତରେ ଆମ ଧର୍ମ କି ସଂସ୍କୃତିରେ ଗୋବର ଘଷିରେ ଶବଦାହ କଥା ନାହିଁ । ତେଣେ ସ୍ବର୍ଗଦ୍ୱାରରେ ଶବ ଦାହରେ ନିୟୋଜିତ ମାଲବାହୀ ମାନେ ବି କହିଲେଣି ଘଷିରେ ଶବଦାହ କରିବା କାଠିକର ପାଠ । ତେଣେ ବୁଦ୍ଧୀଜୀବୀ ହରିଶଙ୍କର ମିଶ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଏହାଦ୍ବାରା ଗଛ ସୁରକ୍ଷା ହୋଇପାରିବ ଓ ପରିବେଶ ଉପରେ କୁ ପ୍ରଭାବ ବି ପଡ଼ିବ ନାହିଁ ।

ଏସବୁ ଭିତରେ ପ୍ରଶ୍ନ- କାଠ ବଦଳରେ ଗୋବର ଘସିରେ ଶବ ଦାହ ଫଳପ୍ରଦ ହେବ ତ ? ସଠିକ୍ ସମୟରେ ଆବଶ୍ୟକ ପରିମାଣର ଗୋବର ଘସି କାଠ ସରକାର ଯୋଗାଇ ପାରିବେ ତ ? ବର୍ଷା ଦିନେ ଏହା କେତେ ଉପଯୋଗୀ ହୋଇପାରିବ ? ଏଣେ ସୂଚନା ମୁତାବକ ସ୍ୱର୍ଗଦ୍ୱାରରେ ଦୈନିକ ପ୍ରାୟ ୬୦ରୁ ୭୦ଟି ଶବ ଦାହ ପାଇଁ ଆସୁଛି । ଗୋଟିଏ ଶବ ପାଇଁ ଦେଢରୁ ଦୁଇ କୁଇଣ୍ଟାଲ ଝାଉଁ କାଠ ଦରକାର ହେଉଛି। ଏଥିପାଇଁ ୪ହଜାର ଟଙ୍କା ପାଖାପାଖି ଖର୍ଚ୍ଚ ହେଉଛି । ତେଣେ ଗୋଶାଳା ମାଲିକଙ୍କ କହିବା କଥା ସମାନ ପରିମାଣରେ ଘସି କାଠରେ ବି ଶବ ଦାହ ହୋଇପାରିବ। ଓ ଏବାବଦରେ ମାତ୍ର ୧୨ଶହରୁ ୧୫ଶହ ଟଙ୍କା ଖର୍ଚ୍ଚ ପଡ଼ିବ । ପୂର୍ବରୁ ସେମାନେ ଏହାର ପ୍ରସ୍ତୁତି ଆରମ୍ଭ କରିଥିଲେ ହେଲେ ସରକାର ପ୍ରୋତ୍ସାହନ ନ ଦେବାରୁ ବନ୍ଦ କରିଦେଲେ ।

Advertisment

ବର୍ତ୍ତମାନ ସମୟରେ କାଠ, ଇଲେକ୍ଟ୍ରି ଓ ଗ୍ୟାସରେ ଶବଦାହ କରାଯାଇ ପାରୁଛି । ହରିଦ୍ୱାରରେ କାଠ ଘସିରେ ଶବ ଦାହ ହେଉଛି । ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ୍, ଦିଲ୍ଲୀ ଓ ବିହାର ଭଳି ରାଜ୍ୟ ସହ ଭୋପାଳ, ରାୟପୁର ଓ ପୁଣେ ଭଳି ସହରରେ ବି ଶବଦାହରେ ଗୋବର ଘଷିର ବ୍ୟବାହର ଆରମ୍ଭ ହୋଇଗଲାଣି । ତେଣୁ ଆମ ରାଜ୍ୟରେ ଏ ବ୍ୟବସ୍ଥା କେତେ ଗ୍ରହଣୀୟ ହେବା ତାକୁ ଏବେ ଅପେକ୍ଷା ।

Cremation Of Dead Body Swargadwar
Advertisment
Advertisment