Advertisment

KIMS Built With Government Assistance: ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା !

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା !

undefined

KIMS Built With Government Assistance

Advertisment

ନିଜ ସଂସ୍ଥା କିଟ୍ ଓ କିସ୍ ଜରିଆରେ କେବଳ ଜମି କେଳେଙ୍କାରୀରେ ସୀମିତ ନାହାନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ସ୍ବାସ୍ଥ୍ୟସେବା ନାଁରେ ସରକାରୀ କଳକୁ ହାତ କରି ରାଜକୋଷକୁ ବି କଳାକନା ବୁଲାଇଛନ୍ତି ଅଚ୍ୟୁତ। କୋଭିଡ୍ ଭଳି ମହାମାରୀ ସମୟରେ ଯେତେବେଳେ ସାରା ଦେଶ ଘଡ଼ିସନ୍ଦି ମୁହୂର୍ତ୍ତରେ ଗତି କରୁଥିଲା, ସେତେବେଳେ ଚିକିତ୍ସା ନାଁରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଲୁଟିବାରେ ବ୍ୟସ୍ତ ଥିଲେ ଅଚ୍ୟୁତ ଓ ତାଙ୍କ ଦ୍ବାରା ପରିଚାଳିତ ଘରୋଇ ମେଡିକାଲ୍ କଲେଜ କିମ୍ସ। ଅଭିଯୋଗ ଏହା ବି ହୁଏ, CAG ଅଡିଟ୍ ପାଇଁ ହୋଇଥିବା ଦାବିକୁ ବି ନିଜ ପତିଆରା ତଳେ ଚାପି ଦେଇଥିଲେ ସେ।  ‘କୋଭିଡ୍‌ରୁ ବି ଲୁଟିନେଲେ ଅଚ୍ୟୁତ’।

Advertisment

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା ! ସରକାରୀ କଳ ବ୍ୟବହାର କରି ପାଇଥିଲେ ଅହେତୁକ ଅନୁକଂପା ! ଏକଥା ଆମେ କହୁନୁ, RTI ବଳରେ ମିଳିଥିବା ତଥ୍ୟ କହୁଛି। କିମ୍ସ ହସ୍ପିଟାଲ ଦ୍ବାରା ବଲାଙ୍ଗୀରରେ ପରିଚାଳିତ ଓଡ଼ିଶା କୋଭିଡ୍ ହସ୍ପିଟାଲର ୨୦୨୦ ମସିହା ମେ’ ମାସର ସବୁ ବିଲ୍‌କୁ ଦେଖିଲେ ଜାଣିପାରିବେ । ମେ ମାସରେ କିମ୍ସର ବଲାଙ୍ଗୀର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୋଟ୍ ୭ ଜଣ ରୋଗୀ। ମାସକ ଭିତରେ ସେମାନଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହୋଇଥିଲା ମୋଟ୍ ୮୮ ହଜାର ୭୦୧ ଟଙ୍କା। ହେଲେ ସେଇ ମାସରେ ବେଡ୍ ଚାର୍ଜ ବାବଦରେ କିମ୍ସ ଦେଇଥିଲା ୧ କୋଟି ୮୬ ଲକ୍ଷ ଟଙ୍କାର ବିଲ୍। 

ଅଧିକ ପଢ଼ନ୍ତୁ : 'କିଟ୍‌ରେ ଚାଲିଛି ସାମ୍ପ୍ରଦାୟିକ ବିଭେଦ': ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

Advertisment

ସେହିପରି ଏପ୍ରିଲ ୧୫ ତାରିଖରେ ବଲାଙ୍ଗୀର କୋଭିଡ୍ ହସ୍ପିଟାଲ ଆରମ୍ଭ ହେବା ପରେ ସେହି ମାସରେ ଜଣେ ବି ରୋଗୀ ଆଡମିଶନ ହୋଇ ନ ଥିଲେ ବି ଦିନକୁ ୬ ଲକ୍ଷ ହିସାବରେ ୧୬ ଦିନର ବେଡ୍ ଚାର୍ଜ ବାବଦରେ କିମ୍ସ ଦେଇଥିଲା ୯୬ ଲକ୍ଷ ଟଙ୍କାର ବିଲ୍। କେବଳ ବଲାଙ୍ଗୀର ନୁହେଁ, କନ୍ଧମାଳ, ମୟୁରଭଞ୍ଜ ଓ ଭୁବନେଶ୍ବରରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସେବା ନାଁରେ କିମ୍ସ ପ୍ରାୟ ୧୧୦ କୋଟି ଟଙ୍କା ନେଇଥିବା RTI କର୍ମୀଙ୍କ ସୂତ୍ରରୁ ସୂଚନା ମିଳିଛି। ତତ୍କାଳୀନ ଉନ୍ନୟନ କମିଶନରଙ୍କ ଦ୍ବାରା ଜାରି ନିୟମାବଳି ଅନୁସାରେ ରାଜ୍ୟ ସରକାର ଓ ଓଡ଼ିଶା ଖଣି ନିଗମ ସହ ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ଏଭଳି ଅନୁଗ୍ରହ ହାସଲ କରିଥିଲା କିମ୍ସ। ଏହାଛଡ଼ା କୋଭିଡ୍ ହସ୍ପିଟାଲ ପରିଚାଳନା ପାଇଁ ଚୁକ୍ତିରେ ଅଗ୍ରୀମ ନେବାର ବ୍ୟବସ୍ଥା ନ ଥିଲେ ବି OMC କିମ୍ସକୁ ସାଢ଼େ ୧୨ କୋଟି ଟଙ୍କା ଦେଇଥିଲା ବୋଲି CAG କୁ ଲେଖିଥିବା ଚିଠିରେ RTI କର୍ମୀ ଦର୍ଶାଇଥିଲେ। 

ଖାଲି ସେତିକି ନୁହେଁ, ଏନେଇ CAG ଅଡିଟ୍ କରିବା ଦାବିରେ RTI କର୍ମୀ ହାଇକୋର୍ଟକୁ ଯାଇଥିଲେ। ଏହାପରେ କୋର୍ଟ, CAGଙ୍କୁ ଆବେଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏମିତିକି ସିଏଜିଙ୍କୁ ଆବେଦନ ପରେ ଉତ୍ତର ଆସିଥିଲା, ଏନେଇ ଅଡିଟ୍ ହୋଇଛି, ଏହି ତଥ୍ୟ ଅଡିଟ୍ ରିପୋର୍ଟରେ ସ୍ଥାନ ପାଇଛି। ଯେହେତୁ ଏହା ବିଧାନସଭାରେ ଆଗତ ହୋଇନି, ତାକୁ RTIରେ ଦେଇହେବନି। ହେଲେ ଆଶ୍ଚର୍ଯ୍ୟର ବିଷୟ ନିକଟରେ ବିଧାନସଭାରେ ଉପସ୍ଥାପିତ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ସିଏଜି ରିପୋର୍ଟରେ କୋଭିଡ୍ ହସ୍ପିଟାଲ ପରିଚାଳନା ନେଇ ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଥିଲେ ବି ସ୍ଥାନ ପାଇଲାନି କିମ୍ସ କୋଭିଡ୍ ଅନୁଦାନ ସମୀକ୍ଷା ତଥ୍ୟ। ସୂଚନା ଅଧିକାର କର୍ମୀଙ୍କ ମତରେ, ଯେତେବେଳେ କୋଭିଡ୍ ମହାମାରୀକୁ ନେଇ ସାରା ବିଶ୍ବ ଭୟଭୀତ ଥିଲା, ସେତେବେଳେ ଏଥିରୁ ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ସରକାରୀ କଳବଳ ବ୍ୟବହାର କରି ସ୍ବାସ୍ଥ୍ୟସେବା ଆଳରେ ଲୁଟିଥିଲେ ସରକାରୀ ଅର୍ଥ। 

Advertisment

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେମାନେ ବିରୋଧୀ ଦଳରେ ଥିବା ସମୟରେ କୋଭିଡ୍ ବାହାନାରେ ଅର୍ଥ ହରିଲୁଟର ଅନେକ ଅଭିଯୋଗ ଆସିଥିଲା। ଏଥିରେ ଅନେକ ସତ୍ୟତା ବି ଥିଲା। ତେଣୁ କୋଭିଡ୍ ଆଳରେ ହୋଇଥିବା ହରିଲୁଟକୁ ଗୁରୁତର ସହ ନେବେ ରାଜ୍ୟ ସରକାର। ଯେଉଁମାନେ ଦୋଷୀ ସେମାନେ ନିଶ୍ଚିତ ଦଣ୍ଡିତ ହେବେ। କୋଭିଡ୍ ଭଳି ଦୁର୍ବିପାକ ବେଳେ ସରକାରୀ ଅର୍ଥ ହଡ଼ପରେ ଯେଉଁମାନଙ୍କର ଭୂମିକା ଥିଲା, ସେ ବାବଦରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। 

ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

Covid Hospital Achyuta Samanta KIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ