Advertisment

Court Removes Restriction On OTV: କିଟ୍ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍

କିଟ୍ ଓ କିସ୍ ବିରୋଧରେ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍ । ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା କହି ମାମଲାକୁ ଖାରଜ କଲେ ଅଦାଲତ ।

ଅଦ୍ୟତନ ହୋଇଛି
KIIT Case

KIIT Case

Advertisment

କିଟ୍ ଓ କିସ୍ ବିରୋଧରେ ଖବର ପ୍ରସାରଣ ନେଇ ଓଟିଭି ଉପରେ ଲାଗିଥିବା କଟକଣା ହଟିଛି । କଟକ ସିନିୟର ସିଭିଲ୍ ଜଜ୍ କୋର୍ଟରେ ହୋଇଥିବା ଏ ସଂପର୍କିତ ଏକ ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି । ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା ନେଇ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଏହି ଖବର ପ୍ରସାରଣ ହେବା ଦ୍ୱାରା ଆବେଦନକାରୀଙ୍କ କୌଣସି କ୍ଷତି ହେଉନଥିବା ବେଳେ ଖବର ପ୍ରସାରଣ ଉପରେ ରୋକ୍ ଲଗାଗଲେ ଏହା ଅପରପକ୍ଷ ଅର୍ଥାତ୍ ଓଟିଭି ପାଇଁ ଅପୂରଣୀୟ କ୍ଷତି କରିବ । କାରଣ ଏ ସମସ୍ତ ଖବର ପବ୍ଲିକ୍ ଡୋମେନ୍ ବା ସର୍ବସାଧାରଣରେ ଉପଲବ୍ଧ ଅଛି ବୋଲି କୋର୍ଟ କହିଛନ୍ତି ।

Advertisment

କଟକ ବାଦାମବାଡ଼ି ଅଞ୍ଚଳର ରୀତା ପଟ୍ଟନାୟକ ନାମ୍ନୀ ଜଣେ ମହିଳା ଓଟିଭି ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମହିଳା ଜଣକ ନିଜ ଆବେଦନରେ ଦର୍ଶାଇଥିଲେ ଯେ, କିଟ୍ ସଂପର୍କିତ ପ୍ରତିକୂଳ ଖବର ପ୍ରସାରଣ ଦ୍ୱାରା ସେଠାରେ ପଢୁଥିବା ତାଙ୍କ ପୁଅ ମାନସିକ ସ୍ତରରେ ଆଘାତ ପାଉଛି ଏବଂ ନିଜ ଆତ୍ମସମ୍ମାନରେ ଆଞ୍ଚ ଆସୁଥିବା ଅନୁଭବ କରି ନିୟମିତ କ୍ଲାସ୍‌ରେ ଯୋଗ ଦେଉନାହିଁ । ଏସବୁକୁ ଦୃଷ୍ଟିରେ ରଖି କିଟ୍ ଓ କିସ୍ ସଂପର୍କିତ କୌଣସି ପ୍ରତିକୂଳ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଓଟିଭି ବିରୋଧରେ ମାମଲା ଦାୟର କରିଥିଲେ ଆବେଦନକାରୀ । 

Advertisment

ଅଧିକ ପଢ଼ନ୍ତୁ: ସରକାରଙ୍କ ଘୋଷଣା, ବଣ୍ଟା ହେବ ନୂଆ ରାସନ କାର୍ଡ

ପ୍ରାରମ୍ଭିକ ଶୁଣାଣିରେ କିଟ୍ ଓ କିସ୍ ସଂପର୍କିତ ଖବର ପ୍ରସାରଣ ଉପରେ କୋର୍ଟ ଓଟିଭି ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ । ତେବେ ଇତିମଧ୍ୟରେ କୋର୍ଟ ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିଛନ୍ତି । ଆବେଦନକୁ ଖାରଜ କରି ଦେଇଛନ୍ତି । ଏହା ସହ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ଅଙ୍କୁଶ ମଧ୍ୟ ହଟାଇ ଦେଇଛନ୍ତି କୋର୍ଟ ।

ଅଧିକ ପଢ଼ନ୍ତୁ: ଟ୍ୱିନସିଟିରେ ପ୍ରବଳ ବର୍ଷା; ଜମିଲା ପାଣି, ଯାତାୟତ ବାଧାପ୍ରାପ୍ତ

Otv OTV Khabar KIIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ