Advertisment

MP Pradeep Panigrahi: ବର୍ଷିଲେ ପ୍ରଦୀପ, କହିଲେ-‘ଆସୁଛି ଓଡ଼ିଆ ନୂଆ ବର୍ଷ, ସବୁ ପାଞ୍ଜି ଖୋଲି ଦେବି’

ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ଏମିତି ଟାର୍ଗେଟ୍‌ କରିଛନ୍ତି ବ୍ରହ୍ମପୁର ସାଂସଦ।

ଅଦ୍ୟତନ ହୋଇଛି
MP Pradeep Panigrahi

MP Pradeep Panigrahi

Advertisment

ଗତକାଲି ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ, ଆଜି ବର୍ଷିଲେ। ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ଏମିତି ଟାର୍ଗେଟ୍‌ କରିଛନ୍ତି ବ୍ରହ୍ମପୁର ସାଂସଦ।

Advertisment

ଆହୁରି ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ଆକ୍ଷେପ କରିଛନ୍ତି। ନିଜର ଗିରଫଦାରିଙ୍କୁ ନେଇ ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଥମ ଥର ଟ୍ବିଟ୍‌ କରି ଗିରଫ କରିଥିବା ଜଣାଇଥିଲେ ସମ୍ପୃକ୍ତ IPS। ମୋତେ କିଏ ଗିରଫ କରିବ ବୋଲି ପଚାରିବା ବେଳେ ବଡ଼ଭାଇ କହିଲେ ମୁଁ କରିବି। ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ମଧ୍ୟ ହେଲେ ବୋଲି କହି ଟାର୍ଗେଟ୍‌ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।

ଅଧିକ ପଢନ୍ତୁ: ଅଭିଯୋଗକାରୀଙ୍କ ଚାଞ୍ଚଲ୍ୟକର ବୟାନ, ଚାପରେ ଦସ୍ତଖତ ଦେଇଥିଲୁ

ଏମିତିକି କାର୍ତ୍ତିକ ଗୋଟିଏ ମ୍ୟାଟେରିଆଲ୍‌ କି କହି ଛିଗୁଲେଇଲେ ପ୍ରଦୀପ ପାଣିଗ୍ରାହୀ। ନବୀନ ବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇ ଦେଲେ । CMOକୁ କରପସନ୍‌, କମିଶନ୍‌, କଲେକ୍ସନ୍‌ର ହବ୍‌ କରାଯାଇଥିଲା ।  ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତାକି କହି ଛିଗୁଲେଇଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।

Advertisment

ଅନ୍ୟପଟେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର JMFC ଗ୍ରାମାଞ୍ଚଳ କୋର୍ଟ। ଗତକାଲି ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ବ୍ରହ୍ମପୁର JMFC କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ଆଉ ଆଜି ଆଉ ୩ଟି ମାମଲାର ଶୁଣାଣି କରି ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି କୋର୍ଟ।

ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାରେ ଗତକାଲି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଉ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ପ୍ରଦୀପ।

Advertisment

ଅଧିକ ପଢନ୍ତୁ:ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

Naveen Patnaik Pradeep Panigrahi MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ